ପୋଲସରା ଉତ୍କଳ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ…

ପ୍ରକାନ୍ତ କୁମାର ମିଶ୍ର(ବୁଗୁଡା)ପୋଲସରା ବ୍ଲକ ଅନ୍ତର୍ଗତ ଧନେଇ ଡ୍ୟାମ ଡାକ ବଙ୍ଗଳା ଠାରେ,ଗଞ୍ଜାମ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର ଏକ ଶାଖା ଗଠନ ସହ କର୍ମକର୍ତ୍ତା ଚୟନ ହୋଇଯାଇଛି l ବରିଷ୍ଠ ସାମ୍ବାଦିକ ଜ୍ୟୋତିର୍ମୟ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର ସାଧାରଣ ସମ୍ପାଦକ ତଥା ରାଜ୍ୟ ପର୍ଯ୍ୟବେକ୍ଷକ ଆଦର୍ଶ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଗଞ୍ଜାମ ଜିଲ୍ଲା ସଭାପତି ଅନିଲ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର, ଓଡ଼ଗାଁ ସାମ୍ବାଦିକ ସଙ୍ଘ ସଭାପତି ଅଶୋକ କୁମାର ମହାପାତ୍ର,ବୁଗୁଡ଼ା ମିଡ଼ିଆ କ୍ଲବ ସମ୍ପାଦକ ପ୍ରଫୁଲ୍ଲ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସଙ୍ଘର ଆବଶ୍ୟକତା ସମ୍ପର୍କିତ ଆଲୋଚନା କରିଥିଲେ l

ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟର ସର୍ବ ପୁରାତ୍ତନ ଓ ସର୍ବ ବୃହତ ସଂଗଠନ ଭାବେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ସେ କହିଥିଲେ l ଏ ଅବସରରେ ପୋଲସରା ଶାଖାର ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ନାମ ଘୋଷଣା ସହ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରା ଯାଇଥିଲା l ପୋଲସରା ଶାଖାର ନୂତନ ସଭାପତି ଭାବେ ସୁବ୍ରତ ବେହେରା, ଉପସଭାପତି ଭାବେ ଅକ୍ଷାନ୍ତ ମିଶ୍ର, ସମ୍ପାଦକ ଭାବେ ଅତ୍ରି ପଟ୍ଟନାୟକ, ସହ ସମ୍ପାଦକ ରତ୍ନାକର ଗୌଡ଼, ଜିଲ୍ଲା ସଂଯୋଜକ ଭାବେ ଜଗଦୀଶ ରାଉତ, ବ୍ଲକ ସଂଯୋଜକ ଭାବେ ଶ୍ରୀରାମ ସ୍ୱାଇଁ, କାର୍ଯ୍ୟକାରୀ ସଦସ୍ୟା ଭାବେ ରବିନାରାୟଣ ପଟ୍ଟନାୟକ, ବସନ୍ତ କୁମାର ସାହୁ,ଲୋକନାଥ ନାୟକ ମନୋନୀତ ହୋଇଥିଲେ l

କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଭୟ ପ୍ରସାଦ ପାଣିଗ୍ରାହୀ, ବୁଗୁଡ଼ା ମିଡ଼ିଆ କ୍ଲବ ଉପସଭାପତି ମନୋରଞ୍ଜନ ଦାସ, ବେଲଗୁଣ୍ଠା ପ୍ରେସକ୍ଲବ ଉପସଭାପତି ପ୍ରଭାତ କୁମାର ସାହୁ, ଉପଦେଷ୍ଟା ସୁଶାନ୍ତ କୁମାର ବେହେରା, ଅଭିମନ୍ୟୁ ମିଶ୍ର,ରୋହିତ ପ୍ରାଧାନ,ନାରାୟଣ ସାହୁ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର...

Thu Aug 26 , 2021
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୪୯ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୬୨୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୦୪୦୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୨୮୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୮୮୦୯୦ ଜଣ ସୁସ୍ଥ ହୋଇ […]

You May Like

Pin It on Pinterest