
କଟକ:(ଦୀପକ୍ କୁମାର ବେଉରା) ଦାମ୍ପତ୍ୟ କଳହକୁ ନେଇ ଚର୍ଚ୍ଚାରେ ଥିବା ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ଫ୍ୟାମିଲି କୋର୍ଟରେ ମାମଲା ଚାଲିଥିବା ବେଳେ ଏହାର ତ୍ୱରିତ ଶୁଣାଣି ନିର୍ଦ୍ଦେଶ ପାଇଁ ଅନୁଭବ ମହାନ୍ତି ହାଇକୋର୍ଟ ରେ ଆବେଦନ କରିଥିଲେ । ମାତ୍ର ହାଇକୋର୍ଟ ଅନୁଭବଙ୍କ ଏହି ଆବେଦନକୁ ଖାରଜ କରିଦେଇଛନ୍ତି । ପାରିବାରିକ ଅଦାଲତରେ ବିଚାର ଆରମ୍ଭ ହୋଇଥିବାରୁ ହାଇକୋର୍ଟ ଉକ୍ତ ମାମଲାର ଅନ୍ତ ଘଟାଇଥିବା ଜଣାପଡ଼ିଛି ।
କେନ୍ଦ୍ରାପଡ଼ା ସାଂସଦ ଅନୁଭବ ଙ୍କ ପତ୍ନୀ ବର୍ଷାଙ୍କ ସହ ହୋଇଥିବା ପାରିବାରିକ ବିବାଦକୁ ନେଇ ସେ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ବିବାହ ବିଚ୍ଛେଦ ମାମଲାର ଚୂଡ଼ାନ୍ତ ଶୁଣାଣି ପାଇଁ ଆବେଦନ କରିଥିଲେ । ଗତ କିଛି ଦିନ ହେବ ନିୟମିତ ବ୍ୟବଧାନରେ ଉଭୟଙ୍କ ମଧ୍ୟରେ କୋର୍ଟରେ ବୁଝାମଣା ଚାଲିଥିବାବେଳେ ଉଭୟଙ୍କ ମଧ୍ୟରେ ସମ୍ମତି ହୋଇପାରି ନାହିଁ । ଉଭୟଙ୍କ ଭିତରେ ଆପୋଷ ସମାଧାନ ପାଇଁ ପ୍ରକ୍ରିୟା ଚାଲିଥିବାବେଳେ ତାହା ଫଳପ୍ରଦ ହୋଇପାରି ନଥିଲା ।
ସେହିଭଳି ଅନୁଭବ ଏହାର ତ୍ୱରିତ ଶୁଣାଣି ପାଇଁ ଆବେଦନ କରିଥିଲେ । ଆପୋଷ ବୁଝାମଣା ସମ୍ଭବ ହୋଇପାରୁ ନଥିବା ହୃଦୟଙ୍ଗମ କରି ଏହାର ତ୍ୱରିତ ବିଚାର ପ୍ରକ୍ରିୟାକୁ କୋର୍ଟ ପକ୍ଷରୁ ରଦ୍ଦ କରିଦିଆଯାଇଛି ।



