୧-ସୁପ୍ରିମକୋର୍ଟଙ୍କ ପରେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍କୁ ବିସିଆଇ ଝଟ୍କା।ରାଜ୍ୟରେ ଓକିଲଙ୍କ ଆନ୍ଦୋଳନକୁ ଅନାବଶ୍ୟକ ଓ ଭିତ୍ତିହୀନ କହିଲେ।
୨-ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ବ୍ୟବସ୍ତା ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ, କହିଲେ ଅନ୍ଧ ପରମ୍ପରା ନେଇ ସେବା ପୂଜା ଚାଲିଛି।
୩-ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ କଟକ ବାଲିଯାତ୍ରା । ପ୍ଲଟ ବିକ୍ରି ପ୍ରକ୍ରିୟା ଜାରି, ଏଥର ଷ୍ଟଲ୍ ପାଇଁ ଅଧିକ ୫୦ ଏକର ଜମି ବୃଦ୍ଧି।
୪-ଭଦ୍ରକ:ବାଇକରେ ଖୁସିରେ ଆସୁଥିଲେ କୁନି ଝିଅ ଓ ଦାଦା; ପଛରୁ ଆସୁଥିବା ଟ୍ରକ୍ ସାରିଦେଲା ସବୁକିଛି।
୫-ପୂରଣ ହେବ ୩୨୭୮ ଡାକ୍ତରୀ ପଦବୀ, ଓପିଏସସିକୁ ସୁପାରିସ୍ କଲେ ରାଜ୍ୟ ସରକାର।
୬-ପଟ୍ଟାମୁଣ୍ଡାଇ: ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଷଣ୍ଢଙ୍କ ଷ୍ଟ୍ରାଇକ୍। ବାରମ୍ବାର ଫସଲ ନଷ୍ଟର ଅଭିଯୋଗକୁ ଶୁଣୁନଥିଲା ପ୍ରଶାସନ, ଜିଲ୍ଲାପାଳଙ୍କ ଜନଶୁଣାଣି ବେଳେ ଶତାଧିକ ଷଣ୍ଢ ଧରି ପଶିଲେ ଚାଷୀ।
୭-ହାଇଦ୍ରାବାଦ କନସୁଲ ଜେନେରାଲ୍ ଜୋଏଲ୍ ରିଫ୍ଲନ୍ଙ୍କ କିସ୍ ପରିଦର୍ଶନ, ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କ ନିରନ୍ତର ପ୍ରୟାସ ପାଇଁ କଲେ ଭୂୟସୀ ପ୍ରଶଂସା ।
୮-5T କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସେବାରେ ଭଲ ପ୍ରଦର୍ଶନ କଲେ ଶ୍ରେଷ୍ଟ ୧୦ ଜଣ ଡାକ୍ତରଙ୍କୁ ୧୦ ଲକ୍ଷ ଟଙ୍କା ପରୁସ୍କାର ମିଳିବ । ପାରା ମେଡିକାଲ ଷ୍ଟାଫ ଓ ଅନ୍ୟ କର୍ମଚାରୀଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ।
୯-ଦକ୍ଷ ଓ ଉନ୍ନତ ସେବା ପାଇଁ ମିଳିବ ଆପାଦକାଳୀନ ଅର୍ଥ,ଥାନାକୁ ସାଢ଼େ ୧୭ କୋଟିର ପାଣ୍ଠି।