
ଦୀପକ ସାହୁ (କଳାହାଣ୍ଡି) କେନ୍ଦ୍ର ସରକାର ଦେଶର ବିଭିନ୍ନ ସରକାରୀ ସମ୍ପତ୍ତି କୁ ଘରୋଇ କରଣ କରିବା ପ୍ରତିବାଦରେ ଆଜି କଳାହାଣ୍ଡି ଯୁବ କଂଗ୍ରେସ ଏବଂ ଜିଲ୍ଲା କଂଗ୍ରେସ କଲମପୁର ଗୋଷ୍ଠୀଉନ୍ନୟନ ଅଧିକାରୀ ଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଙ୍କୁ ପାଞ୍ଚଦଫା ଦାବି ନେଇ ପ୍ରଦାନ କଲେ ଦାବିପତ୍ର ।
ସୂଚନାରୁ ପ୍ରକାଶ ଯେ ଏହାଦ୍ଵାରା ହାଜର ହଜାର ସରକାରୀ କର୍ମଚାରୀ ଚାକିରୀ ହରାଇବା ସହ ଏମାନଙ୍କ ଜୀବିକାରେ ବାଧକ ସାଜିବା ସହ ଦେଶର ରାଜକୋଷ କୁ ଆସୁଥିବା ରାଜସ୍ୱ ସିଧାସଳଖ କମ୍ପାନୀ ହାତକୁ ଚାଲିଯିବା ଫଳରେ ଦେଶର ଆର୍ଥିକ ସମସ୍ୟା ସମ୍ବୁଖୀନ ଯେ ନ ହେବ ତାହାର କୌଣସି ଠିକଣା ନାହିଁ ।ଏଣୁ ଦେଶବାସୀଙ୍କ ସ୍ୱାର୍ଥ କୁ ଦୃଷ୍ଟିଦେଇ ଏହି ଘରୋଇ କରଣ ନୀତିକୁ ବନ୍ଦ କରିବା ସହିତ ସ୍ଥାନୀୟ ଅଂଚଳର ବିଭିନ୍ନ ସମସ୍ୟା ର ସମାଧାନ ନିମନ୍ତେ ଗୋଷ୍ଠୀଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
ଏଥିରେ ପ୍ରଦେଶ କଂଗ୍ରେସ ସଦସ୍ୟ ଶ୍ରୀ ଦିଗାମ୍ବର ଦୁରିଆ ,ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ ,ଧର୍ମଗଡ଼ ନଗର ସଭାପତି ଡାକେଶ୍ଵର ଲହଜଳ କଲମପୁର ବ୍ଲକ ଯୁବ ସଭାପତି ମାଧବ ସୁନାନୀ ,ପୂର୍ବତନ ଜିଲ୍ଲା ସମ୍ପାଦକ ବିଘ୍ନରାଜ ପଣ୍ଡା ,ଯୁବ ଜିଲ୍ଲାର ସମ୍ପାଦକ ଗଣେଶ ନାଗ ,କଲମପୁର ବ୍ଲକ ସମ୍ପାଦକ ସୁଶାନ୍ତ ବିହାରୀ ବରିଷ୍ଠନେତା ଜଗନ୍ନାଥ ନାଏକ ଓ ଚତୁର୍ଭୁଜ ପଣ୍ଡା ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହି ଏହାର ପ୍ରତିବାଦ କରିବା ସହ ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ରୁ ପଲ୍ଲୀ ଯାଏ ଜନସାଧାରଣଙ୍କ ସମର୍ଥିତ ରେ ବିଶାଳକାୟ ପ୍ରତିବାଦ ଆଗାମୀ ଦିନରେ କରାଯାଇ ଭଦ୍ରମୁଖା ଧାରଣ କାରୀ ବିଜେପି ନେତା ଙ୍କୁ କଡା ଜବାବ ଦିଆଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।