
ମାନସ ନାୟକ(କଟକ) କରୋନା ମହାମାରୀ ଜୀବନ ଜୀବିକା ବିପନ୍ନ କରିଦେଇଥିବା ବେଳେ,ଏବେବି ଜନମାନସ ଭୟର ବାତାବରଣ ଭିତରେ ଗତି କରୁଛନ୍ତି ।ପୁଣି କରୋନା ସାଙ୍ଗକୁ ଡେଙ୍ଗୁ ତା ରୂପ ଦେଖେଇବା ଆରମ୍ଭ କରିବାକୁ ବସିଲାଣି, ନା ସରକାରଙ୍କ ନିଦ ଭାଙ୍ଗୁଚି ନା କଟକ ମୁନିସିପାଲର ।
ଏହି ଡେଙ୍ଗୁ ମହାମାରୀରୁ ଜନସାଧାରଣଙ୍କୁ ସଚେତନ କରିବାପାଇଁ କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ମାନସ ରଞ୍ଜନ ଚୌଧୁରୀ ଙ୍କ ପରାମର୍ଶ କ୍ରମେ କଟକ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏକ ଡେଙ୍ଗୁ ସଚେତନ ରଥ ଜିଲ୍ଲା କାର୍ଯ୍ୟାଳୟରୁ ଉଦଘାଟିତ ହୋଇଯାଇଅଛି । କଟକ ଜିଲ୍ଲାର ପ୍ରତି ଜନବସତି ଅଂଚଳକୁ ଯାଇ ଜନସାଧାରଣଙ୍କୁ ସଚେତନ କରିବ,ଏହି ଅବସରରେ କଟକ ଜିଲ୍ଲା କଂଗ୍ରେସ କମିଟିର ବରିଷ୍ଠ ନେତା ପ୍ରିୟଯିତ ରାୟ କଂଗ୍ରେସ ପତାକା ଦେଖେଇ ଉଦଘାଟନ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନେତା ନିର୍ମଳ ସ୍ୱାଇଁ, ମନୋଜ ବିଶ୍ବାଳ, ଶିଶିର ରଥ , ରାଜ ସିଖନ୍ ସ୍ୱାଇଁ,ସଚିଦାନନ୍ଦ ରାଉତ୍, ଦୀପକ କୁମାର ମହାନ୍ତି, ବୀରେନ ପଶାୟତ, ସଦାଶିବ ବାରିକ, ଅନିରୁଦ୍ଧ ଦାସ, ଆଶୁତୋଷ ରାଉତ, ଅଭିରାମ ରାଉତ୍, ସୁନିଲ ରାଉତ, ଆଶିଷ ରାଉତ, ସିଦ୍ଧାର୍ଥ ମହାପାତ୍ର , ସାଗର ନାୟକ, ଜ୍ଞାନ ରଞ୍ଜନ ଭୂୟାଁ, ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।