
ଜଳେଶ୍ୱର(ନବୀନ ସାହୁ) ପଂଚାୟତ ନିର୍ବାଚନକୁ ଆଖିରେ ରଖି ଜଳେଶ୍ବର ବ୍ଲକ ମାକିଡ଼ିଆ ପଂଚାୟତର ଉତ୍ତର ଗୋପାଳ ପ୍ରସାଦ ଗାଁରେ ଆଜିବିଜେଡିର ସାଙ୍ଗଠନିକ ବୈଠକ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଯାଇଛି।ପଂଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ସଂଗଠନ ସେତିକି ଦୃଢ ହେଉଛି ବିଜେଡିର ମନ ବଳ ସହିତ ହାତ ମୁଠା ଟାଣ ହେଉଛି।
ଏଥିରେ ଆଦର୍ଶ ଗାଁ ଭାବେ ପରିଚିତ ଲାଭ କରିଥିବା ଉତ୍ତର ଗୋପାଳପ୍ରସାଦ ଗାଁର ସମସ୍ତେ ଏକତ୍ରୀତ ହୋଇ ବିଜୁ ଜନତା ଦଳର କାର୍ଯ୍ୟ ଧାରାରେ ଅନୁପ୍ରାଣିତ ହେଇ ମାନ୍ୟବର ବିଧାୟକ ଅଶ୍ୱନି କୁମାର ପାତ୍ରଙ୍କ ଉପସ୍ଥିତିରେବିଜେଡି ଦଳରେ ସାମିଲ ହେଲେ। ଏଥିରେମନ୍ମଥ ଖଟୁଆ ସଭାପତିତ୍ୱ କରିଥିବାବେଳେ ଉପସ୍ଥିତ ରହିଥିଲେ ବ୍ଲକ ବିଜେଡି ସଭାପତି ଭୂପତି ମିର୍ଧା, ମାକିଡ଼ିଆ ବିଜେଡିର ସଭାପତି ସଞ୍ଜୟ ଘୋଷ,ମାକିଡ଼ିଆ ସଦସ୍ୟ ତପନ ପାତ୍ର ,ସରପଞ୍ଚ ବାସନ୍ତୀ ପାତ୍ର,ରାଧାକାନ୍ତ ଘୋଷ,ସମୀର ଘଡେଇ,ବ୍ରିଜେଶ ରଣା ,ମାନସ ଜେନା,ତପନ ଦାସ,ଦିଲ୍ଲୀପ ସାମଲ,ମଧୁ ସେନାପତି ଉପସ୍ଥିତ ରହିଥିଲେ ।ଏହି ସଭାକୁ ସମୀର ଘଡେଇ ପରିଚାଳନା କରିଥିଲେ।
ଆଗାମୀ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡିରରବିଚାର ଧାରାକୁ ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚେଇବା ପାଇଁ ପଞ୍ଚାୟତରୁ ଆସିଥିବା କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ। ।



