ଅଭିନଵ ଢଙ୍ଗରେ ଗଂଜେଇ ଚାଲାଣର ପର୍ଦାଫାସ…

ପ୍ରଦୀପ ନାୟକ (ଭୁବନେଶ୍ୱର)ଅଭିନଵ ଢଙ୍ଗରେ ଗଂଜେଇ ଚାଲାଣର ପର୍ଦାଫାସ ।ଗଂଜେଇ ଚାଲାଣର ନୂଆ ଟ୍ରେଣ୍ଡ, କୋରିଅର ମାଧ୍ୟମରେ ଭୁବନେଶ୍ୱରରୁ ୪୫ କିଲୋ ଗଂଜେଇ ଦିଲ୍ଲୀ ଚାଲାଣ ହେଉଥିବାବେଳେ ପୋଲିସ କବ୍ଜାରେ ଅଭିଯୁକ୍ତ ।

ପ୍ରଥମେ ଗଂଜେଇକୁ ଏକ କାର୍ଟୁନ ରେ ଭାଗ ଭାଗ କରି ପ୍ୟାକେଟ କରି ରଖୁଛନ୍ତି ଏହାପରେ ଉଭୟ ପାର୍ଶ୍ୱରେ ଶାର୍ଟ , କପଡା ରଖୁଛନ୍ତି । କେହି ଯେଭଳି ସନ୍ଦେହ ନକରିବେ ଉପରେ ତଳେ ନୂଆ କପଡା ରଖି ପ୍ୟାକ କରୁଛନ୍ତି । ଦୁଇ ଜଣ ଦିଲ୍ଲୀର ଗଂଜେଇ ଚାଲାଣକାରୀ ଏଭଳି କରି ରସୁଲଗଡ଼ରେ ଥିବା VRL କୋରିଅର ସଂସ୍ଥାକୁ ନେଇଥିଲେ । ହେଲେ ସେଠାରେ କିନ୍ତୁ ଧରପଡିଯାଇଥିଲେ ଚାଲାଣକାରୀ । ସଂଗେ ସଂଗେ ସହିଦନଗର ପୋଲିସ ଖବର ପାଇ ଗଂଜେଇ ଜବତ ସହ ଦୁଇ ଜଣଙ୍କୁ କାବୁ କରିନେଇଥିଲେ ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀର ଅନିରୁଦ୍ଧ ମିଶ୍ର ଓ ମନୀଷ କୁମାର ନାମକ ଦୁଇ ଜଣ ଯୁବକ ଏହାକୁ ମୋହନାରୁ ବସ ଯୋଗେ ଭୁବନେଶ୍ୱରକୁ ଆଣନ୍ତି, ଏହାପରେ ଭୁବନେଶ୍ୱରରୁ କୋରିଅର ସଂସ୍ଥା ମାଧ୍ୟମରେ ତିନୋଟି ପ୍ୟାକେଟ ରେ ପୋଷାକ ପଠାଇବା ବାହାନାରେ ଗଞ୍ଜେଇ ପ୍ୟାକେଟକୁ ପଠାଉଥିବା ବେଳେ,କୋରିଅର ସଂସ୍ଥା ଜବତ କରିଛି। ଏହି ଗଞ୍ଜେଇକୁ ସେମାନେ କୋରିଅର ମାଧ୍ୟମରେ ପଠାଉଥିବାରୁ କୋରୀଅର ସଂସ୍ଥା ବିରୋଧରେ ମଧ୍ୟ ଆକ୍ସନ ନେବାକୁ ଯୋଜନା କରିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଧାମରା ରେଳ ଲାଇନରେ କଟି ଯୁବକଙ୍କ ମୃତ୍ୟୁ...

Mon Aug 30 , 2021
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୩୦/୦୮/୨୦୨୧-ଧାମରା ରେଳଲାଇନ୍ କଟି ୪୦ବର୍ଷ ର ବ୍ଯକ୍ତି ଙ୍କ ଗତକାଲି ବିଳମ୍ବିତ ରାତ୍ରିରେ ମୃତ୍ୟୁ ହୋଇଛି, ସୂଚନା ଯୋଗ୍ୟ ମୃତ ବ୍ୟକ୍ତିଙ୍କ ଘର ନୂଆଗାଁଆଡିଆ ବୋଲି ଯଣାପଡି ଥିବାବେଳେ ,ମୃତ ବ୍ୟକ୍ତିଙ୍କ ନାମ କୁହ୍ଲ ଖିଲାର ବୋଲି ସୂଚନା ମିଳିଛି। କୁହ୍ଲ ଖିଲାର ଚିଙ୍ଗୁଡ଼ି ପ୍ଲାଣ୍ଟରେ କାର୍ଯ୍ୟ କରୁଥିଲେ ଗତକାଲି ବିଳମ୍ବିତ ରାତ୍ରିରେ ନିଜ ଘରକୁ ଖାଇବା ପାଇଁ ଆସିଥିଲେ ଖାଇସାରି ଘରୁ ଚିଙ୍ଗୁଡ଼ି ଘେରିକୁ ଫେରୁଥିବା […]

You May Like

Pin It on Pinterest