
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୩୦/୦୮/୨୦୨୧-ଧାମରା ରେଳଲାଇନ୍ କଟି ୪୦ବର୍ଷ ର ବ୍ଯକ୍ତି ଙ୍କ ଗତକାଲି ବିଳମ୍ବିତ ରାତ୍ରିରେ ମୃତ୍ୟୁ ହୋଇଛି, ସୂଚନା ଯୋଗ୍ୟ ମୃତ ବ୍ୟକ୍ତିଙ୍କ ଘର ନୂଆଗାଁଆଡିଆ ବୋଲି ଯଣାପଡି ଥିବାବେଳେ ,ମୃତ ବ୍ୟକ୍ତିଙ୍କ ନାମ କୁହ୍ଲ ଖିଲାର ବୋଲି ସୂଚନା ମିଳିଛି।
କୁହ୍ଲ ଖିଲାର ଚିଙ୍ଗୁଡ଼ି ପ୍ଲାଣ୍ଟରେ କାର୍ଯ୍ୟ କରୁଥିଲେ ଗତକାଲି ବିଳମ୍ବିତ ରାତ୍ରିରେ ନିଜ ଘରକୁ ଖାଇବା ପାଇଁ ଆସିଥିଲେ ଖାଇସାରି ଘରୁ ଚିଙ୍ଗୁଡ଼ି ଘେରିକୁ ଫେରୁଥିବା ସମୟରେ ମୃତ୍ଯୁ ତାଙ୍କ ର ବାଟ ଜଗି ବସିଥିଲା, ଏହି ସମୟରେ ଧାମରାରୁ ମାଲବାହୀ ରେଳ ଉକ୍ତ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା ଫଳରେ କୁହ୍ଲ ଖିଲାର ଙ୍କ ର ମୃତ୍ୟୁ ହୋଇଥିଲା। ଆଜି ସକାଳୁ ପରିବାର ଲୋକେ ଖବର ପାଇ ଉକ୍ତ ଜାଗାରେ ପହଞ୍ଚି ଦେଖିଥିଲେ ଦେଖିବା ପରେ ଉକ୍ତ ସବକୁ ରେଳବାଇ ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।