ରିଚିଙ୍ଗ୍ ହ୍ୟାଣ୍ଡ ସୋସାଇଟି ତରଫରୁ ଗରିବ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ସ୍ମାର୍ଟ ଫୋନ୍ ବଣ୍ଟନ…

ପ୍ରଭାତ ସାହା(ମାଲକାନଗିରି) ୩୦/୦୮ ସମ୍ପ୍ରତି କରୋନା ମହାମାରୀ ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଏହାକୁ ଆଖି ଆଗରେ ରଖି ସରକାର ଚଳିତ ବର୍ଷ କେବଳ ଦଶମ ଓ ଯୁକ୍ତ ୨ ର ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ କୁ ଯାଇ ଅଧ୍ୟୟନ କରିବା ସୁବିଧା ଯୋଗାଇ ଦେଇଛନ୍ତି କିନ୍ତୁ ଅନ୍ୟ କ୍ଲlସ ଗୁଡ଼ିକ ଅନଲାଇନ ମାଧ୍ୟମରେ ପଢ଼ାଯିବ ବୋଲି ସରକାର ନିୟମ କରିଛନ୍ତି ହେଲେ ମାଲକାନଗିରି ଜିଲ୍ଲାର ଅନେକ ଗରିବ ପରିବାରରେ ଆର୍ଥିକ ଅଭାବ ଯୋଗୁ ସେମାନେ ନିଜ ପୁଅ ଝିଅ ପାଇଁ ଗୋଟିଏ ସ୍ମାର୍ଟ ଫୋନ କିଣି ପାରୁନାହାନ୍ତି ଯାହା ଫଳରେ ସେମାନଙ୍କ ପିଲାମାନେ ଅନଲାଇନ କ୍ଲlସ ରୁ ବଞ୍ଚିତହେବା ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଦେଖିବାକୁ ମିଳିଛି l

ପିଲାମାନଙ୍କ ଏହି ସମସ୍ୟା କୁ ଦୁର କରିବା ପାଇଁ କିଛି ଗରିବ ପରିବାରର ଛାତ୍ରଛାତ୍ରୀଙ୍କୁ ରିଚିଙ୍ଗ ହ୍ୟାଣ୍ଡ ସୋସାଇଟି ତରଫରୁ ମୋବଇଲ ବଣ୍ଟନ କରାଯାଇଛି l ପ୍ରଥମ ପଯ୍ୟାୟରେ ୬୦ ଜଣ ଛାତ୍ରଛାତ୍ରୀ ମାନଙ୍କୁ ସ୍ମାର୍ଟ ଫୋନ ଯୋଗାଇ ଦିଆଯାଇଥିବା ବେଳେ ଦିତୀୟ ପର୍ଯ୍ୟାୟରେ ଆଜି ଆଉ ୬୦ଟି ସ୍ମାର୍ଟ ଫୋନ ଯୋଗାଇ ଦିଆ ଯାଇଛି l ଆଜି ଏହି କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରାମ ପ୍ରସାଦ ନାଗ ଯୋଗ ଦେଇ ପିଲାମାନଙ୍କୁ ସ୍ମାର୍ଟ ଫୋନ ବଣ୍ଟନ କରିଥିଲେ l ରିଚିଙ୍ଗ ହ୍ୟାଣ୍ଡ ସୋସାଇଟିର ଦ୍ୱାରା ଗରିବ ଛାତ୍ରଛାତ୍ରୀ ମାନଙ୍କୁ ଏପରି ସ୍ମାର୍ଟ ଫୋନ ପ୍ରଦାନ କରିବା ଯୋଗୁଁ ସେମାନେ ଅନଲାଇନ ମାଧ୍ୟମରେ ଶିକ୍ଷା ଗ୍ରହଣ କରିବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ ଗଢିପାରିବେ l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ବ୍ଲକ ତେନ୍ତୁଳିଢିହ ପଞ୍ଚାୟତରେ, ଓଡ଼ିଶା ମୋ ପରିବାର ତରଫରୁ ରକ୍ତଦାନ ଶିବିର...

Mon Aug 30 , 2021
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୩୦/୦୮/୨୧-ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ଆନୁକୂଲ୍ୟରେ ବିଜୁ ଯୁବ ଜନତା ଦଳ ତରଫରୁ ଆଜି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ତେନ୍ତୁଳିଡିହ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ବିଜେଡ଼ିର ଯୁବ ରାଜ୍ୟ ସମ୍ପାଦକ ପ୍ରିନ୍ସ ରାକେଶ ନାୟକ ଜନ୍ମଦିନ ଅବସରରେ ଏହି କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି l ଏହି ରକ୍ତଦାନ ଶିବିରକୁ ବରିଷ୍ଠ ବିଜେଡି ନେତା ସୁଦାମ […]

You May Like

Pin It on Pinterest