
ପ୍ରଦୀପ ନାୟକ(ଭୁବନେଶ୍ୱର)ଗୀତସହିତ ମିତ ବସିଗଲା ପରେ ଜୀବନଟା ମଧୁର ହୋଇଯାଏ ।ଫଗୁଣ ବଉଳ, କୋଇଲି , ଫୁଲ ମଳୟ ,ଜହ୍ନ ,ତାରା ଆପଣା ପଣରେ କୋଳେଇ ନିଅନ୍ତି ବର୍ଷା ବସନ୍ତ ବୈଶାଖ ଶୀତ କାକର ନିଜର ହୋଇ ଯାଆନ୍ତି ।ଝଡ ବାତ୍ୟା ଆଉ ଜୀବନର କଠୋର ସମୟ କେଉଁ ବାଟେ ବାଟ ଭାଙ୍ଗି ଯାଆନ୍ତି ଭାବିଲା ବେଳକୁ ସମୟ ତା ବାଟରେ ନିଗିଡି ଯାଇଥାଏ ।କଳିର କରାଳରେ କଳଙ୍କିତ ପୃଥିବୀ ।
ଜୀବନର ଚଲାପଥ କଣ୍ଟକ ମୟ ସମାଜ ପଂକିଲ ଦିନକୁ ଦିନ ରସାତଳ ଗାମୀ ଏମିତି ଭିତରେ ଦୁଃଖ ସୁଖକୁ ନିଜର କରି ମଣିଷ ଭଳି ମଣିଷ ଟିଏ ହୋଇବଞ୍ଚିବା ଦୁରୁହ ବ୍ୟାପାର ।ଏମିତି ଏକ ସନ୍ଧି କ୍ଷଣରେ ନିରଞ୍ଜନ ସେଠୀଙ୍କ ରଚିତ ଗୀତ ଗୁଡିକ ବଞ୍ଚିବା ପାଇଁ ଏକ ନୂତନ ଆସର ସଂଚାର କରେ ।ପୁଣ୍ୟ ବ୍ରହ୍ମ ଶିର୍ଷକ ରେ ଶ୍ରୀ ସେଠୀଙ୍କ ଦ୍ୱାରା ରଚିତ ଛ ଅଟି ଭକ୍ତି ସଙ୍ଗୀତ ଲୋକାର୍ପଣ ପୂର୍ବରୁ ହୋଇ ସାରିଥିବା ବେଳେ ଏହି ଶିର୍ଷକ ରେ ଶ୍ରୀଚରଣ ଙ୍କ କଣ୍ଠରେ ଆଉ ଗୋଟିଏ ଗୀତ ସୁନା ଠାକୁର ଲୋକାର୍ପିତ ହୋଇ ଯାଇଛି ।
ଏହି ଲୋକାର୍ପଣ ଉତ୍ସବରେ ଅତିଥି ଭାବେ ମାନ୍ୟବର ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ବିଧାୟକ ପ୍ରଶାନ୍ତ ମୁଦୁଲି,ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ଉପସ୍ଥିତ ରହି ଲୋକାର୍ପଣ କରିଥିଲେ ।
