ପ୍ରଭାତ ସାହା(ମାଲକାନଗିରି)ତା:୩୧/୮/୨୧ ରିଖ,ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୁଡୁମୁଲୁଗୁମ୍ମା ସ୍ଥିତ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଵିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ରେ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ଼ ଵଣ୍ଟନ କରିଯାଇଅଛି ।
ଆଜିର ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କୁଡୁମୁଲୁଗୁମ୍ମା ର ଭାରପ୍ରାପ୍ତ ତହସିଲଦାର ରାମଚନ୍ଦ୍ର ନାୟକ , ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ସାଧୁ ହନ୍ତାଳ, ସରପଞ୍ଚ ପହଲା ପାଙ୍ଗି, ପୂର୍ବତନ ସରପଞ୍ଚ ଗୋପୀ ପାଙ୍ଗି ପ୍ରମୁଖ ଯୋଗଦେଇ କାର୍ଡ ବଣ୍ଟନ ର ଶୁଭାରମ୍ଭ କରିଥିଲା ବେଳେ ଗ୍ରାମ ପଞ୍ଚାୟତ ର ପିଇଓ ପ୍ରଦୀପ୍ତ କୁମାର ପଣ୍ଡା, ନୀଳାଦ୍ରି ଟାକ୍ରି, ପୁଷ୍ପାଞ୍ଜଳି ଖିଲ ଓ ନିରଞ୍ଜନ ପୂଜାରୀ ପ୍ରମୁଖ ଉକ୍ତ ଅତିଥି ମାନଙ୍କୁ ଏହି ବଣ୍ଟନ ପ୍ରକ୍ରିୟାରେ ସହଯୋଗ କରିଥିଲେ ।
ଏହି ବଣ୍ଟନ ପ୍ରକ୍ରିୟାରେ ସର୍ବପ୍ରଥମେ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମ ହିତାଧିକାରୀ ଙ୍କୁ ପ୍ରାଥମିକତା ଦିଆଯାଇଥିଲା । ଶେଷରେ ଅତିଥି ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଆଦୃତ ସମସ୍ତ ଲୋକାଭିମୁଖୀ ଯୋଜନା ବିଷୟରେ ସମସ୍ତଙ୍କୁ ବୁଝାଇ ଥିଲେ ।