
ଦେବାଶିଷ ମିଶ୍ର(କଟକ) ପବିତ୍ର ନନ୍ଦୋତ୍ସବ ଅବସରରେ ପ୍ରତି ବର୍ଷ ଭଳି ଏବଂ ରୌପ୍ୟ ନଗରୀ କଟକର ଅନ୍ୟ ସାହି ଭଳି ବିଡାନାସୀ ଦୁର୍ଗାପୁଜା କମିଟି ପକ୍ଷରୁ ଆସନ୍ତା ମା’ଦୁର୍ଗାଂକର ଦଶହରା ପୁଜା ଲାଗି ପୂଣ୍ଯତୋୟା ମହାନଦୀ କୁଳରୁ ମାଟି ଅନୁକୁଳ ବିଧି କୋଭିଡ୍ କଟକଣାକୁ ମାନି ମହାସମାରୋହରେ ପଣ୍ଡିତ ଶ୍ରୀ ପ୍ରଦୀପ୍ତ କୁମାର ଦେବତା ଓ ପଣ୍ଡିତ ଶ୍ରୀ ବଳରାମ ମିଶ୍ରଂକ ମନ୍ତ୍ରୋଚାରଣ ମଧ୍ଯରେ ସମ୍ପନ୍ନ ହୋଇଯାଇଛି।
ଏହି ପବିତ୍ର ଦେବୀଆବାହନର ପ୍ରଥମ ସୋପାନରେ ପୁଜା କମିଟିର ଉପଦେଷ୍ଟା ଶ୍ରୀ ଗୋପାଳ ଚନ୍ଦ୍ର ମିଶ୍ର, ସଭାପତି ଶ୍ରୀ ଭଗବାନ ଚାନ୍ଦ, ଉପ-ସଭାପତି ଶ୍ରୀ ପଂଚାନନ ଜେନା, ଶ୍ରୀ ସୁବାସ ଚନ୍ଦ୍ର ସାହୁ, ସମ୍ପାଦକ ଶ୍ରୀ ଟୁକୁନା ସେନାପତି, ସହ-ସମ୍ପାଦକ ଶ୍ରୀ ଶୁଭାଷିଶ ନାୟକ, ଅଧୂକାରୀ ଶ୍ରୀ ସୁବାସ ଚନ୍ଦ୍ର ବେହେରା, ମହନ୍ତ ଶ୍ରୀ କୈଳାସ ଚନ୍ଦ୍ର ସାହୁ ଓ ଯୁବକ ସଂଘର ସମ୍ପାଦକ ଶ୍ରୀ ସୁରେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ମା’ଦୁର୍ଗାଂକର ମୂର୍ତ୍ତି ଛୋଟ କରିବାକୁ ସରକାର ନିୟମ କରିଥିବା ବିଷୟକୁ ସରକାର ପୁନଃବିଚାର କରିବାକୁ ନିବେଦନ କରିଥୂଲେ। ଶେଷରେ ପବିତ୍ର ମାଟି ଅନୁକୂଳ ହୋଇ ପୂଜାମଣ୍ଡପକୁ ଅଣାଯାଇଥିଲା। ଏହି ଶୋଭାଯାତ୍ରାରେ ବିଡାନାସୀ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇଥିଲେ।