ଅସହାୟ ବୃଦ୍ଧାଙ୍କୁ ସାହାଯ୍ୟ ଖବରର ଶୀର୍ଷକକୁ ଗୁରୁତ୍ୱ ସହ ନେଇ ଥଇଥାନ ପାଇଁ ଆଦେଶ ଦେଲେ ମାନ୍ୟବର ହାଇକୋର୍ଟଟ

ପ୍ରଭାତ ସାହା(ମାଲକାନଗିରି) କିଛିଦିନ ତଳେ ବାସ୍ତବଟିଭି ତଥା ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ଖବର ଅସହାୟ ବୃଦ୍ଧାଙ୍କୁ ସାହାଯ୍ୟ କଲେ ସାମ୍ବାଦିକ ର ପ୍ରଭାବ ଦେଖିବାକୁ ମିଳିଛି । ଗତ୨୮/୦୮ ତାରିଖରେ ସ୍ଥାନୀୟ ଜୟପୁରିଆ ଗୁଡା ଠାରେ ମୁମୂର୍ଷୁ ଅବସ୍ଥାରେ ନିଜ ବାସ ଗୃହରେ ଦୀର୍ଘ ୪ଦିନ ଆଖିଆ ଅପିଆ ଅବସ୍ଥାରେ ପଡିଥିବା ବୃଦ୍ଧା ସୁମିତ୍ରା ରାଜୁଙ୍କୁ ମେଡିକାଲ ପଠାଇବା ଖବର ପ୍ରସାରିତ ହୋଇଥିଲା । ଏହାକୁ ସଂଜ୍ଞାନ ରେ ନେଇ ମାନ୍ୟବର ହାଇକୋର୍ଟ ଗତକାଲି ଏକ ଆଦେଶ ନାମାରେ ଏହି ବୃଦ୍ଧା ଙ୍କୁ ସରକାରୀ ସହାୟତା ସହ ଉନ୍ନତ ମାନର ଚିକିତ୍ସା ନିମନ୍ତେ ଆଦେଶ ଦେଇଥିଲେ ।

ଏହି ଆଦେଶକୁ ଭିତ୍ତିକରି ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଡ଼ଃ ରଂଜନ କୁମାର ସ୍ବାଇଁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରାଧାମଣି ଦଳାଇ,ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ରାଜୀବ ପୂଜାରୀ,ଡ଼ଃ ସପନ କୁମାର ଡିଣ୍ଡା, ସ୍ବେଚ୍ଛାସେବୀ କିଶୋର ପାଟିକା, ବି ଶ୍ରୀନିବାସ ପାତ୍ର ମେଡିକାଲ ରେ ବୃଦ୍ଧାଙ୍କ ହାଲ ବୁଝିବା ସହ ମେଡିକାଲ ରେ ପଉପସ୍ଥିତ ରହି ସାମାଜିକ ସୁରକ୍ଷା ଯୋଜନା ମଧୁବାବୁ ପେନସନ ଯୋଜନା ରୁ ମାସିକ ଭତ୍ତା ପାଉଥିବା ବେଳେ ଆଗାମି ଦିନରେ ତାଙ୍କର ଥଇଥାନ ନିମନ୍ତେ ମାଲକାନଗିରି ଠାରେ ଥିବା ବୃଦ୍ଧା ଆଶ୍ରମରେ ଥଇଥାନ କରାଯିବା ନିମନ୍ତେ ଶ୍ରୀମତୀ ରାଧାମଣି ଦଳାଇ ପ୍ରତିଶୃତି ଦେଇଥିଲେ । ତାହାସହ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ କୋରାପୁଟ ରେ ଥିବା ମେଡିକାଲ କଲେଜ କୁ ପଠାଇବା ସହ ତାଙ୍କର ମାନସିକ ଚିକିତ୍ସା ନିମନ୍ତେ ଉଚିତ ପଦକ୍ଷେପ ନିଆଯିବ ବୋଲି ଡ଼ଃ ସପନ କୁମାର ଡିଣ୍ଡା ପ୍ରକାଶ କରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Sep 4 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ୬୮୧ କୋଭିଡ଼ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୪୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୧୦୭୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୧୮୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୯୫୪୭୪ ଜଣ ସୁସ୍ଥ ହୋଇ […]

You May Like

Pin It on Pinterest