
ଦେବକାନ୍ତ ମହାନ୍ତି (ଚାନ୍ଦବାଲି) ୧-୯-୨୦୨୧-ଚାନ୍ଦବାଲି କୃଷି ବିଭାଗ ପକ୍ଷରୁ କୃଷି ରଥର ଶୁଭାରମ୍ଭ ହୋଇଛି , ଚାନ୍ଦବାଲି ବିଡ଼ିଓ ଯୋତି ବିକାଶ
ଦାସ ଓ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧ ରଂଜନ ସାହୁ ସବୁଜ ପତାକା ଦେଖାଇ ଏହାର ସୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ କୃଷି ଅଧକାରୀ ରଘୁନାଥ ପତି ,
ଚାନ୍ଦବାଲି ସହ କୃଷି ଅଧିକାରୀ ଦେବସ୍ମିତା ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କୃଷି ଉପରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ନାଚ ଗିତ ମାଧ୍ୟମରେ କୃଷକ ମାନଙ୍କୁ ସଚେତନତା କରିବା ପାଇଁ କୃଷି ରଥ ପ୍ରଚାର କାର୍ଯ୍ୟକ୍ରମ କରାଯାଇଛି ବୋଲି ବ୍ଲକ କୃଷି ଅଧିକାରୀ ଶ୍ରୀ ପତି କହିଛନ୍ତି ।