କଟକ ମହାନଗର ହିନ୍ଦୁ ସେନା ପକ୍ଷରୁ ଡେଂଗୁ ସଚେତନତା କାର୍ଯ୍ୟକ୍ରମ…

ଦେବାଶିଷ ମିଶ୍ର(କଟକ)ଆଜି କଟକ ମହାନଗର ହିନ୍ଦୁ ସେନା ପକ୍ଷରୁ ରାଜ୍ଯ ସଭାପତି ଶ୍ରୀ ଦେବାଶିଷ ରାଉତଙ୍କ ନେତୃତ୍ବ ରେ ଜିଲ୍ଲା ସଭାପତି ଶ୍ରୀ ଆଶିଷ ମହାପାତ୍ରଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ କଟକ ମହାନଗର ଅଧୀନରେ ଥିବା ଦରଘା ବଜାର, ତିନିକୋଣିଆ ବଗିଚା, ହାତୀ ପୋଖରୀ ଇତ୍ୟାଦି ଅଂଚଳରେ ସଂପ୍ରତି ସଂକ୍ରମଣ କରୁଥିବା ମହାମାରୀ ଡେଂଗୁ ଲାଗି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ରେ ସେନାର ସଦସ୍ଯ ଶ୍ରୀ ଜ୍ଯୋତି ପ୍ରକାଶ ସାହୁ, ଶ୍ରୀ ଅବିନାଶ ନାୟକ, ଶ୍ରୀ ପ୍ରୀତମ ନାୟକ ଓ ଆଡଭୋକେଟ ଶ୍ରୀ ଶିବପ୍ରସାଦ ଦାସ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥୂଲେ ସୂଚନା ଯୋଗ୍ଯ ଯେ କଟକ ମହାନଗର ନିଗମ ଦ୍ବାରା ନିର୍ମିତ ତିନିକୋଣିଆ ବଗିଚା ଠାରେ ଓ୍ବାଟର ଫାଉଣ୍ଟେନ ନିଗମର ରକ୍ଷଣାବେକ୍ଷଣ ଅଭାବରୁ ଅଧୁନା ସଂପୂର୍ଣ୍ଣ ଅବହେଳିତ ହୋଇ ପଡିଛି ଯାହାକି ଡେଂଗୁ ଓ ମ୍ଯାଲେରିଆ ମଶାମାନଙ୍କ ଉତ୍ପତ୍ତିସ୍ଥଳ ପାଲଟିଛି। ନିଗମ ସ୍ବାସ୍ଥ୍ଯ ଅଧୂକାରୀ ଏଥୂପ୍ରତି ନଜର ଦେବାକୁ ହିନ୍ଦୁ ସେନା ପକ୍ଷରୁ ଦାବୀ ରଖାଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସେବା ନିବୃତ ପ୍ରଧାନ ଶିକ୍ଷକ ଉପେନ୍ଦ୍ର ନାଥ ସ୍ୱାଇଁ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା...

Thu Sep 2 , 2021
ହେମନ୍ତ କୁମାର ଜେନା(କେନ୍ଦ୍ରାପଡା) କେନ୍ଦ୍ରାପଡା ଉଚ୍ଚ ବିଦ୍ୟାଳୟର ଆଦର୍ଶ ପ୍ରଧାନଶିକ୍ଷକ ଉପେନ୍ଦ୍ର ନାଥ ସ୍ଵାଇଁଙ୍କୁ ଅନୁଷ୍ଠାନ ତରଫରୁ ବିଦ୍ୟାଳୟ ପରିସରରେ ବିଦାୟ କାଳୀନ ଉତ୍ସବରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ମୋ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ବିଶ୍ଵପ୍ରକାଶ କାନୁନଗୋଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ବର୍ଷୀୟାନ ସମାଜସେବୀ ତଥା ମୁକ୍ତିସଂଗ୍ରାମୀ ଈଶ୍ବର ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଶୀର୍ବଚନ ପ୍ରଦାନ କରିଥିଲେ । ୟୁଟିଆର ସମ୍ପାଦକ ତଥା […]

You May Like

Pin It on Pinterest