
ହେମନ୍ତ କୁମାର ଜେନା(କେନ୍ଦ୍ରାପଡା) କେନ୍ଦ୍ରାପଡା ଉଚ୍ଚ ବିଦ୍ୟାଳୟର ଆଦର୍ଶ ପ୍ରଧାନଶିକ୍ଷକ ଉପେନ୍ଦ୍ର ନାଥ ସ୍ଵାଇଁଙ୍କୁ ଅନୁଷ୍ଠାନ ତରଫରୁ ବିଦ୍ୟାଳୟ ପରିସରରେ ବିଦାୟ କାଳୀନ ଉତ୍ସବରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ମୋ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ବିଶ୍ଵପ୍ରକାଶ କାନୁନଗୋଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ବର୍ଷୀୟାନ ସମାଜସେବୀ ତଥା ମୁକ୍ତିସଂଗ୍ରାମୀ ଈଶ୍ବର ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଶୀର୍ବଚନ ପ୍ରଦାନ କରିଥିଲେ ।
ୟୁଟିଆର ସମ୍ପାଦକ ତଥା ଆଶୁକବି ହେମନ୍ତ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ଦୈତ୍ୟାରି ପାତ୍ର , ବିଜୟ କୁମାର ସାମଲ, ବିଧାନ ଚନ୍ଦ୍ର ସାମଲ , ପବିତ୍ର ମୋହନ ପଟ୍ଟନାୟକ , ପ୍ରହ୍ଲାଦ ସ୍ଵାଇଁ , ଗୋପାଳ ଚରଣ ପୃଷ୍ଟି, ବିଦ୍ୟୁତ ଖୁଣ୍ଟିଆ , ଯୁବନେତା ରାଜେଶ ପଣ୍ଡା , ପରିବେଶବିତ୍ କାଶୀନାଥ ରାଉତରାୟ , ପାର୍ଥସାରଥି ବେହେରା ଏବଂ ପୁରାତନ ଛାତ୍ର ସଂସଦର ସମ୍ପାଦକ ଚିତ୍ତରଞ୍ଜନ ଭଗତ ଆଦି ଯୋଗଦେଇ ସେବା ନିବୃତ୍ତ ପ୍ରଧାନଶିକ୍ଷକଙ୍କ ସ୍ଵଚ୍ଛ ସେବା ଜୀବନ ଉପରେ ଆଲୋକପାତ କରିଥିଲେ ।

ଦୀର୍ଘ ଅଠତିରିଶି ବର୍ଷ ଶିକ୍ଷକତା ଜୀବନରେ ସେ କଳପଡା ହାଇସ୍କୁଲ , ଶ୍ରୀ ଜଗନ୍ନାଥ ବିଦ୍ୟାପୀଠ ଏବଂ ପଦୋନ୍ନତିରେ ଜିଲ୍ଲାର ପୁରାତନ ଅନୁଷ୍ଠାନ କେନ୍ଦ୍ରାପଡା ହାଇସ୍କୁଲର ପ୍ରଧାନଶିକ୍ଷକ ଭାବେ ସେ କାର୍ଯ୍ୟ ସମ୍ପାଦନ କରି ସେ ଚର୍ଚ୍ଚିତ ଥିଲେ। ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି, ମାଧ୍ୟମିକ ପ୍ରଧାନ ଶିକ୍ଷକ ସଂଘର ସଭାପତି ଭାବେ ସେ ଶିକ୍ଷକ, ଶିକ୍ଷାର୍ଥୀ ଓ ଶିକ୍ଷାନୁଷ୍ଠାନର ଉନ୍ନତି ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି ବୋଲି ବକ୍ତା ମାନେ ପ୍ରକାଶ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ବାଳିକା ହାଇସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ଅନସୂୟା ମିଶ୍ର , ରାଜଶ୍ରୀ ମିଶ୍ର , ବନଜା ମିଶ୍ର , କଲ୍ୟାଣୀ ସ୍ଵାଇଁ, ସ୍ମୃତିରେଖା ବେହେରା, ସେକ୍ ସୁଲତାନ ଏବଂ ସମାଜସେବୀ ନଳିନୀକାନ୍ତ ପୃଷ୍ଟି ଆଦି ତାଙ୍କ ଶିକ୍ଷକତା ଜୀବନର ଆଦର୍ଶ ଆଚରଣ ଉପରେ ଆଲୋକପାତ କରିଥିଲେ । ଇତ୍ୟବସରରେ କେନ୍ଦ୍ରାପଡା ହାଇସ୍କୁଲ , କେନ୍ଦ୍ରାପଡା ଜିଲ୍ଲା କ୍ରୀଡ଼ା ବିଭାଗ , ୟୁଟିଆ ଶିକ୍ଷକ ସଂଗଠନ ,ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ , ପ୍ରଗତି ଚାରିଟେବୁଲ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ଏବଂ ଅନେକ ଶୁଭେଚ୍ଛୁ ମାନେ ମାନପତ୍ର , ଉତ୍ତରୀୟ , ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ପଣ୍ଡିତ ଉମାକାନ୍ତ ମହାପାତ୍ର ବେଦପାଠ ,ବରିଷ୍ଠ ଶିକ୍ଷକ ଶିବପ୍ରସାଦ ପରିଡ଼ା ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିବା ବେଳେ ପବିତ୍ର ମୋହନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।