ଦିଲ୍ଲୀ ବିଧାନସଭାରେ ଗୁପ୍ତ ସୁଡଙ୍ଗ ଠାବ…

ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ) ଦିଲ୍ଲୀ ବିଧାନସଭାରେ ଏକ ଗୁପ୍ତ ସୁଡଙ୍ଗ ।ଏହି ସୁଢ଼ଙ୍ଗ ବିଧାନସଭାରୁ ଲାଲକିଲାକୁ ସଂଯୋଗ କରାଯାଇଥିଲା । ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିୱାସ ଗୋଏଲ ANIକୁ ସାକ୍ଷାତକାର ଦେଇ ଏ କଥା କହିଛନ୍ତି ।ସ୍ୱାଧୀନତା ସଂଗ୍ରାମ ସମୟରେ ସଂଗ୍ରାମୀମାନଙ୍କ ଦୃଷ୍ଟି ଆଢୁଆଳରେ ଶାସନ ଚଳାଇବାକୁ ବ୍ରିଟିଶମାନେ ଏହି ସୁଡଙ୍ଗକୁ ବ୍ୟବହାର କରୁଥିବା ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ “ଯେତେବେଳେ ମୁଁ ୧୯୯୩ ରେ ଜଣେ ବିଧାୟକ ଥିଲି, ସେତେବେଳେ ଏହି ସୁଢ଼ଙ୍ଗ ବିଷୟରେ ଶୁଣିବାକୁ ପାଇଥିଲି। ଆଉ ଏବେ ମୁଁ ଏହାର ଇତିହାସ ଖୋଜିବାକୁ ଚେଷ୍ଟା କରୁଛି।’

ବର୍ତ୍ତମାନ ଏହି ଟନେଲର ସାମ୍ନା ପଟ ଠାବ ହୋଇଥିବା ବେଳେ ମେଟ୍ରୋ ପ୍ରକଳ୍ପ ଏବଂ ସ୍ୱେରେଜ୍ ସ୍ଥାପନ ଯୋଗୁଁ ଟନେଲର ସମସ୍ତ ରାସ୍ତା ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଉଛି।ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିୱାସ ଗୋଏଲଙ୍କ ସୂଚନା ଅନୁଯାଇ ୧୯୧୨ରେ ଯେତେବେଳେ କୋଲକାତାଠାରୁ ଦିଲ୍ଲୀକୁ ରାଜଧାନୀ ସ୍ଥାନାନ୍ତରିତ ହେଲା,ସେତେବେଳେ କେନ୍ଦ୍ରୀୟ ବିଧାନସଭା ଭାବରେ ଏହା ବ୍ୟବହୃତ ହୋଇଥିଲା। ୧୯୨୬ ମସିହାରେ ବ୍ରିଟିସ ସରକାର ଏହାକୁ ଏକ କୋର୍ଟ ଭାବେ ବ୍ୟବହାର କରୁଥିଲେ । ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ଏହି ସୁଡଙ୍ଗ ବାଟ ଦେଇ କୋର୍ଟକୁ ଆଣାଯାଉଥିଲା।

ଚଳିତ ବର୍ଷ ସ୍ୱାଧୀନତାର ୭୫ତମ ବର୍ଷ ପାଳୁଛି ଭାରତ । ଏହି ସମୟରେ ବିଧାନସଭାର ଏହି ସୁଡଙ୍ଗ ଥିବା କୋଠରୀ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହାକୁ ଆମ ସ୍ବାଧୀନତା ସଂଗ୍ରାମୀମାନଙ୍କ ଏକ ସ୍ମୃତୀ ଚିହ୍ନ ଭାବେ ଦେଶବାସୀଙ୍କ ସମକ୍ଷରେ ଉପସ୍ଥାପିତ କରିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି ବାଚସ୍ପତି ଗୋଏଲ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅସହାୟ ବୃଦ୍ଧାଙ୍କୁ ସାହାଯ୍ୟ ଖବରର ଶୀର୍ଷକକୁ ଗୁରୁତ୍ୱ ସହ ନେଇ ଥଇଥାନ ପାଇଁ ଆଦେଶ ଦେଲେ ମାନ୍ୟବର ହାଇକୋର୍ଟଟ

Sat Sep 4 , 2021
ପ୍ରଭାତ ସାହା(ମାଲକାନଗିରି) କିଛିଦିନ ତଳେ ବାସ୍ତବଟିଭି ତଥା ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ଖବର ଅସହାୟ ବୃଦ୍ଧାଙ୍କୁ ସାହାଯ୍ୟ କଲେ ସାମ୍ବାଦିକ ର ପ୍ରଭାବ ଦେଖିବାକୁ ମିଳିଛି । ଗତ୨୮/୦୮ ତାରିଖରେ ସ୍ଥାନୀୟ ଜୟପୁରିଆ ଗୁଡା ଠାରେ ମୁମୂର୍ଷୁ ଅବସ୍ଥାରେ ନିଜ ବାସ ଗୃହରେ ଦୀର୍ଘ ୪ଦିନ ଆଖିଆ ଅପିଆ ଅବସ୍ଥାରେ ପଡିଥିବା ବୃଦ୍ଧା ସୁମିତ୍ରା ରାଜୁଙ୍କୁ ମେଡିକାଲ ପଠାଇବା ଖବର ପ୍ରସାରିତ ହୋଇଥିଲା । ଏହାକୁ ସଂଜ୍ଞାନ ରେ […]

You May Like

Pin It on Pinterest