
ନବୀନ ସାହୁ(ଜଳେଶ୍ୱର)ବାଲେଶ୍ୱର ଜିଲ୍ଲା ଜଳେଶ୍ବର ବ୍ଲକ ଖୁଦିଆମାଝିସାହି ପଂଚାୟତ କବି ଦୀନକୃଷ୍ଣ ସ୍ମୃତି ପୀଠ ମୁଣୁତୁଣିଆ ଠାରେ ମୁଣୁତୁଣିଆ ପତଞ୍ଜଳି ଯୋଗ ସମିତି ଦ୍ୱାରା ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି।ଏହି ରକ୍ତଦାନ ଶିବିରରୁ ୫୧ ୟୁନିଟ ରକ୍ତ ସଂଗୃହୀତ ହେଇଛି।
ଏହି ଶିବିରରେ ଉପସ୍ଥିତ ରହିଥିଲେ ବାଲେଶ୍ୱରପତଞ୍ଜଳି ଯୋଗ ସମିତିର ପ୍ରଚାରକ ମୁକ୍ତିକାନ୍ତ ପାଣିଗ୍ରାହୀ, ବାଲେଶ୍ୱର ପତଞ୍ଜଳି ସମିତିର ଯୁବ ପ୍ରଭାରୀ ମନୋଜ ଦେ,ବାଲେଶ୍ୱର ସାଂସଦଙ୍କ ଜଳେଶ୍ବର ପ୍ରତିନିଧି ଶାନ୍ତୁନୁ ପଟନାୟକ ,ଖୁଦୀଆମାଝି ସାହି ର ପୂର୍ବତନ ସରପଞ୍ଚ ତଥା ଏବେକାର ସଦସ୍ୟଙ୍କ ପ୍ରତିନିଧି କ୍ଷୀତିଶ ଦେ,ଜ୍ୟୋତ୍ସ୍ନା ଅଧିକାରୀ,ମୁଣୁତୁଣିଆ ପତଞ୍ଜଳି ଯୋଗ ସମିତିର ସଭାପତି ତପନ ସାହୁ,ସଦସ୍ୟ ସୁଶାନ୍ତ ଘୋଷ,ଚନ୍ଦନ ପାଳ, ସୁଜିତ ପାଳ।ବାଲେଶ୍ୱର ରକ୍ତଭଣ୍ଡାର ଡାକ୍ତର ମହେଶ ବିଶ୍ୱାଳ ଓ ବାଲେଶ୍ୱର ମେଡିକାଲ ଟିମର ସଦସ୍ୟ ଅକ୍ଷୟ ଜେନା,ବସନ୍ତ ଜେନା,ଅଜୟ ମହାପାତ୍ର,ରାଜେଶ ମିଶ୍ର,ହରିଶ ମହାପାତ୍ରଙ୍କ ଦ୍ୱାର ରକ୍ତଦାନ ଶିବିର ପରିଚାଳନା ହେଇଥିଲା।ଏହି ଶିବିରକୁ ମୁଣୁତୁଣିଆ ପତାଞ୍ଜଳି ଯୋଗ ଶିବିରର ସମସ୍ତ ସଦସ୍ୟ ଉପସ୍ଥିତି ରହି ସହଯୋଗ କରିଥିଲେ।



