ଆଜିର ଖାସ୍ ଖବର

୧-ନଭେମ୍ବର ୩୦ରୁ ଡିବିଟି ଜରିଆରେ
ହିତାଧିକାରୀଙ୍କ ବ୍ୟାଙ୍କଖାତାକୁ ଆସିବ ପେନ୍‌ସନ ରାଶି।

୨-ଶିଶୁ କଲ୍ୟାଣ ଅନୁଷ୍ଠାନକୁ ୧୦ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

୩-୧୩ଟି ମେଡିକାଲ ପାଇଁ ନିଯୁକ୍ତ ହେବେ ବରିଷ୍ଠ ଆଇଏଏସ୍ ଅଫିସର ପରଖିବେ କାର୍ଯ୍ୟଶୈଳୀ ଓ ଭିତ୍ତିଭୂମି ।

୪-ଆଉ ରାସ୍ତାରେ ଗଡ଼ିନପାରେ ୧୫ବର୍ଷରୁ ଅଧିକ ପୁରୁଣା ଗାଡ଼ି।
ଦେଶରେ ବଢ଼ି ଚାଲିଥିବା ପ୍ରଦୂଷଣକୁ ରୋକିବା ପାଇଁ ସ୍କ୍ରାପ୍ ପଲିସି ଆଣୁଛନ୍ତି କେନ୍ଦ୍ର ସରକାର।

୫-ରବି ଓ ଖରିଫ ଧାନକ୍ରୟକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଚଳିତବର୍ଷ ଚାଷୀଙ୍କ ଠାରୁ କ୍ରୟ ହେବ ୬୦ ମେଟ୍ରିକ ଟନ୍ ଧାନ।

୬-ଆଜିଠୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେବ ଜାମ୍ମୁ-କାଶ୍ମୀର ଓ ଲଦାଖ।

୭-ଅଧିକ ବିଷାକ୍ତ ହେଲା ଦିଲ୍ଲୀ ବାୟୁମଣ୍ଡଳ, ନିଃଶ୍ଵାସ ନେବା ହେଲା ମୁସ୍କିଲ, ୫୦ ଲକ୍ଷ ମାସ୍କ ବାଣ୍ଟିବେ କେଜରିୱାଲ।

୮-ବନହରପାଲି:ମାଇକ୍ରୋଫାଇନାନ୍ସ କର୍ମଚାରୀଙ୍କୁ ଲୁଟି ପଳାଉଥିବା ବେଳେ ପୋଲିସ ଗାଡି ସହ ଲୁଟେରାଙ୍କ ବାଇକ ଧକ୍କା, ୧ ମୃତ, ୧ ଆହତ, ଲଙ୍କାଗୁଣ୍ଡ, ପିସ୍ତଲ ସମେତ ଭୁଜାଲି ଜବତ।

୯-ଭୟାନକ ଭାବେ ଉଠୁଛି ସମୁଦ୍ର ଜଳସ୍ତର,୨୦୫୦ ସୁଦ୍ଧା ମୁମ୍ବାଇ, ଗୋପାଳପୁର, ବାଲେଶ୍ଵର ଓ ବାସ୍ରା ସହର ହୋଇପାରେ ଲୀନ,ବିପଦରେ ୧୫୦ ନିୟୁତ ଲୋକ।

ସଠିକ୍ ଖବର ସଠିକ୍ ସମୟରେ ପାଇବା ପାଇଁ ଆଯିହିଁ ଡାଉନ୍ ଲୋଡ୍ କରନ୍ତୁ…bastabtv APP ଆପଣଙ୍କ ସ୍ମାର୍ଟ ଫୋନ୍ ର ପ୍ଲେଷ୍ଟୋର ରୁ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୂର୍ବତଟ ରେଳପଥ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ

Thu Oct 31 , 2019
ପୂର୍ବତଟ ରେଳପଥ ପକ୍ଷରୁ ଏହାର ମୁଖ୍ୟାଳୟ ରେଳସଦନ ଠାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଅଛି I ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ ଏହି ଅବସରରେ ରେଳପଥର କର୍ମଚାରୀ ଓ ଅଧିକାରୀ ମାନଙ୍କୁ ଶପଥପାଠ କରାଇ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ଅଖଣ୍ଡତାକୁ ସୁରକ୍ଷା ଦେବାକୁ କହିଥିଲେ I ରେଳପଥର ପ୍ରମୁଖ କାର୍ମୀକ ଅଧିକାରୀ ଶ୍ରୀ ପ୍ରକାଶ ଚନ୍ଦ୍ର ନାୟକ ଆୟୋଜିତ କାର୍ଯ୍ୟକ୍ରମକୁ ପରିଚାଳନା […]

You May Like

Pin It on Pinterest