ହର ହର ଧ୍ୱନିରେ କମ୍ପିଲା ଆରଡ଼ି !

ଭଦ୍ରକ(ବାସ୍ତବ ଟିଭି): ଗତକାଲି ମହାଶିବରାତ୍ରୀ ଜାଗର ଅବସରରେ ଆରଡ଼ିରେ ଲାଗିଥିଲା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ । ମହାଦେବଙ୍କ ଦର୍ଶନ କାରିବା ନିମନ୍ତେ ଦୁରଦୁରାନ୍ତରୁ ଛୁଟିଆସିଥିଲେ ଲକ୍ଷାଧିକ ଶ୍ରଦ୍ଧାଳୁ । ଗତ କାଲି ସକାଳୁ ସକାଳୁ ପହଡ଼ ଖୋଲାଯିବା ପରେ ମଙ୍ଗଳ ଆରିୀ ହୋଇଥିଲା ଓ ପରେ ପରେ କନିକା ରାଜାଙ୍କ ତରଫରୁ ପହିଲି ଘର୍ଷଣ ଭୋଗ ଲାକୁ କରାଯାଇଥିଲା ।

ଏବଂ ପ୍ରଭୁ ମହାଦେବଙ୍କ ସମସ୍ତ କର୍ମ ସରିବା ପରେ ସାହଣମେଲା ଦର୍ଶନ ଆରମ୍ଭ ହୋଇଥିଲା । ଏବଂ ସକାଳ ୫.୪୦ରୁ ରାତ୍ରୀ ୧୧.୩୦ ଯାଏଁ ସର୍ବସାଧାରଣଙ୍କ ନିମନ୍ତେ ମହାଦେବଙ୍କ ସାଧାରଣ ଦର୍ଶନ ଦେଖିବାକୁୂ ମିଳିଥିଲା । ତାହା ସହ ୧.୩୦ରୁ ୩.୧୫ ପର୍ଯ୍ୟନ୍ତ ମହାଦେବଙ୍କ ସୁନା ବେଶ ଦର୍ଶନ ଦେଖିବାକୁୂ ମିଳିଥିଲା । ଏବଂ ଶେଷରେ ପ୍ରାତ କାଳର ୪.୩୦ ରୁ ୫ ମଧ୍ୟରେ ମହାଦୀପ ଉଠିଥିଲା । ମହାଦୀପ ଉଠୀିବା ସମ୍ରରେ ଭକ୍ତଙ୍କ ମଧ୍ୟରେ ବହୁ ଉତ୍ସାହ ସହ ଖୁସୀ ଦେଖିବାକୁ ମିଳିଥିଲା ଓ ହର ହର ଧ୍ୱନିରେ କମ୍ପୁଥିଲା ସାରା ଶୈବପୀଠର ଚତୁଃପାର୍ଶ୍ୟ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆସନ୍ତାକାଲିଠୁ +୨ ପରୀକ୍ଷା

Wed Mar 6 , 2019
ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେବ +୨ ପରୀକ୍ଷା । ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷାରେ ବିଭ୍ରାଟ ଦେଖା ଦେଇଥିବାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି । ସେଣ୍ଟ୍ରାଲ ଜୋନ ସହ ବ୍ରହ୍ମପୁର, ସମ୍ବଲପୁର ଓ ବାରିପଦା ଭଳି ୪ ଟି କେନ୍ଦ୍ରରେ ସ୍ବାର୍ଡ ବ୍ୟବସ୍ଥା କରାଯାଇଛି । ପରୀକ୍ଷା ପାଇଁ ୨୦୨ଟି ହବ କରାଯାଇଛି । ପ୍ରତିଦିନ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନ ପଠାଯିବ । […]
+2 exam

You May Like

Pin It on Pinterest