ବିଜେଡି ବିଧାୟକ ପ୍ରଦୀପ ଅମାତ ବୌଦ୍ଧ ମାଟି ପ୍ରତି ଚରମ ଅବହେଳା କରିଛନ୍ତି…

ବାସ୍ତବବ୍ୟୁରୋ(ବୌଦ୍ଧ) ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିଂହାର ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତଙ୍କ ବିରୁଧ୍ୟରେ ଅଭିଯୋଗ ଆଣି କହିଛନ୍ତି କି,ଦୀର୍ଘ ବର୍ଷ ଧରି ବିଜେଡି ବିଧାୟକ ପ୍ରଦୀପ ଅମାତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ମଧ୍ୟ ନିଜର ମାଟି ପ୍ରତି ଚରମ ଅବହେଳା କରିଛନ୍ତି।

ଲେଖାଶ୍ରୀ ସାମନ୍ତ ଦୁଇଦିନିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଯାଇଥିଲେ। ଏହି ଅବସରରେ ସେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ମଧ୍ୟ କରିଥିଲେ। ସେ ଜିଲ୍ଲାର ଛାମୁଆ ସଙ୍ଗଠନର କର୍ମକର୍ତ୍ତାଙ୍କ ସହ ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନ ନେଇ ଆଲୋଚନା କରିଥିଲେ। ଏପରିକି ଜିଲ୍ଲାରେ ସଙ୍ଗଠନକୁ ସୁଦୃଢ଼ କରାଯାଇପାରିବ ସେ ନେଇ ମାରାଥନ ଆଲୋଚନା କରିଥିଲେ।

ଗତକାଲି ସନ୍ଧ୍ୟା ରେ ଆୟୋଜିତ ଗଣମାଧ୍ୟମ ସମ୍ମିଳନୀରେ ଲେଖାଶ୍ରୀ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେକି, ବୌଦ୍ଧ ଜିଲ୍ଲାର ମୌଳିକ ସମସ୍ୟା ସମାଧାନ କରିବାରେ ବିଜେଡି ବିଧାୟକ ଓ ସରକାରଙ୍କ ଆନ୍ତରିକତା ନାହିଁ। କେନ୍ଦ୍ର ସମସ୍ତ ସହାୟତା ପ୍ରଦାନ କରୁଥିଲେ ମଧ୍ୟ ଲାଇଫ୍‌ଲାଇନ୍‌ କୁହାଯାଉଥିବା ଖୋର୍ଦ୍ଧା-ବୌଦ୍ଧ-ବଲାଙ୍ଗିର ରେଳପଥ ପାଇଁ ବୌଦ୍ଧ ଜିଲ୍ଲାରେ ଜମି ଅଧିଗ୍ରହଣ ନେଇ ପ୍ରଶାସନ ଓ ସରକାର ବିଫଳ ହୋଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଗଣେଶ ପୂଜା ପୂର୍ବରୁ ଗଣେଶ ଫେରାର ଖୋଜୁଛି ପୋଲିସ...

Thu Sep 9 , 2021
ବାସ୍ତବବ୍ୟୁରୋ: ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଫେରାର,ପତ୍ତା ପାଉନି ପୋଲିସ ।ଭୁବନେଶ୍ବର ସ୍ଥିତ ବିଧାୟକଙ୍କ ସରକାରୀ ବାସଭବନରେ ପୋଲିସ ଚଢଉ କରି ଫେରିଲେ ଖାଲି ହାତରେ ।ବିଜୁ ଜନତା ଦଳରୁ ଗତକାଲି ନିଲମ୍ବିତ ହେବାପରେ ଫେରାର ଅଛନ୍ତି ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବାଲୁଗାଁ ଏନଏସି ଅଫିସ ଆଗରେ ଗଣ୍ଡଗୋଳ କରି ବିଜେପି ନେତାଙ୍କୁ ମାଡ଼ ମାରିବା ମହଙ୍ଗା ପଡିଲା । ବିଜେଡି ସୁପ୍ରିମୋ ବାହୁବଳୀଙ୍କୁ ଦଳରୁଗତକାଲି(ବୁଧବାର) ନିଲମ୍ବିତ […]

You May Like

Pin It on Pinterest