
ବବିତା ସାମଲ(ଭଦ୍ରକ)ପୁଣି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ବଡ ସଫଳତା ହାସଲ କରିଛି,କିଛି ଦିନହେବ ଧଳା ଜହର ଜବତ ମାମଲାରେ ଜିଲ୍ଲାରେ ସବୁଠୁ ଆଗରେ ଥିବାବେଳେ ପୁଣି ଏକ ବଡ ଡକାୟତି ଗ୍ୟାଙ୍ଗକୁ ଗିରଫ କରିଛି ଗ୍ରାମାଞ୍ଚଳ ପୋଲିସ ଓ ପୁଣି ଥରେ ଚର୍ଚାରେ ଥାନାଧିକାରୀ ଆଲୋକ ଜେନା |
ସୂଚାନୁସାରେ ଗତ ୨୨/୭ ରେ ଗ୍ରାମାଞ୍ଚଳ ଥାନା ଅଧୀନ ଦେଉଳପାଳରେ ବିଧାନ ଚୌଧୁରୀଙ୍କ ଘରୁ ଚୋରିହୋଥିବା ଅଭିଯୋଗ ହୋଇଥିଲା, ଅଭିଯୋଗ ମୂଳେ ପୋଲିସ ଏକ ଗାଡିର ନମ୍ବର ପ୍ଲେଟରୁ ମାଲିକଙ୍କ ଠିକଣା ନେଇ ତଦନ୍ତ ଜୋରଦାର କରିଥିଲା ପୋଲିସ ଏବଂ ପରେ ପରେ ଭଣ୍ଡାରିପୋଖରୀରୁ ଜଣେ, ଧାମନଗରରୁ ତିନି ଜଣ, ବାସୁଦେବପୁରରୁ ଜଣକୁ ଗିରଫ କରିଥିଲା ପୋଲିସ ଏବଂ ସେମାନଙ୍କୁ ପଚରା ଉଚୁରା ସମୟରେ ରାଜ୍ୟର ଅନେକ ସ୍ଥାନରେ ସେମାନେ ଚୋରି ଡକାୟତି କରିଥିବା କହିଥିଲେ ଏବଂ ଚୋରି ସାମଗ୍ରୀକୁ ଲୁଚାଇ ରଖିଥିବା ସ୍ଥାନ ଓ ବ୍ୟକ୍ତିଙ୍କ ନାମ ଓ ଠିକଣା ଆଧାରରେ ଚାରିଜଣକୁ ମଧ୍ୟ ଗିରଫ କରିଛି ପୋଲିସ ଯାହାକି ଯାଜପୁରରୁ ଦୁଇ ଜଣ, ଭଦ୍ରକରୁ ଜଣେ, ଓ କଟକ ରୁ ଜଣକୁ ଗିରଫ କରିଛି ପୋଲିସ |
ଗିରଫ ଅଭିଯୁକ୍ତଙ୍କ ନାମରେ ଭଦ୍ରକ, ଯାଜପୁର, ଢେଙ୍କାନାଳ ଜିଲ୍ଲାରେ ଅନେକ ଅପରାଧିକ ମାମଲା ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ଏବଂ ଏବେ ସୁଦ୍ଧା ଗିରଫ ଅଭିଯୁକ୍ତ ମାନଙ୍କ ପାଖରୁ ଚୋରି ସାମଗ୍ରୀ ୩୧୨ ଗ୍ରାମ ସୁନା,୪ କେଜି ରୂପା, ୩ ଟି ବାଇକ,୫ ଟି ମୋବାଇଲ ଫୋନ ସହ ମାରଣାସ୍ତ୍ର ଜବତ ହୋଇଛି, ଗିରଫ ଅଭିଯୁକ୍ତ ମାନେ ହେଲେ(୫ ଲୁଟେରା )ଶ୍ରୀକାନ୍ତ ବେହେରା-ଭଣ୍ଡାରିପୋଖରୀ , ସଂଗ୍ରାମ ଜେନା-ଧାମନଗର , ବୃନ୍ଦାବନ ବେହେରା-ବାସୁଦେବପୁର , ସୁଦର୍ଶନ ରାଉତ-ଧାମନଗର , ଅତୁଳ ବେହେରା- ଧାନମନଗର ,(୪ ସହଯୋଗୀ )ମଦନ ମୋହନ ମହାପାତ୍ର-କଟକ , ସନ୍ତୋଷ ସାହୁ-ଭଦ୍ରକ , ପ୍ରଭାତ ସାହୁ-ଯାଜପୁର , ଆନନ୍ଦ ସାହୁ- ଯାଜପୁର, ବୋଲି ପୋଲିସ ସୂତ୍ରରୁ ପ୍ରକାଶ ପାଇଛି |ଏ ମାମଲାରେ ଅଧିକ ତଦନ୍ତ ଚାଲିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜିତେନ୍ ପଣ୍ଡା କହିଥିଲେ |