ଚାନ୍ଦବାଲି ବ୍ଲକ କରଞ୍ଜମାଳ ଓ ମଉସୁଧା ଫଚାୟତରେ ନକଲି ସାର ବିକ୍ରି ଅଭିଯୋଗ…

ଦେବକାନ୍ତ ମହାନ୍ତି , ଚାନ୍ଦବାଲି,୧୦//୦୯//୨୦୨୧ଚାନ୍ଦବାଲି ବ୍ଲକରେ ସାରର ଅଭାବି ବିକ୍ରି ପାଇଁ ଏବେ ବହୁଳ ମାତ୍ରାରେ ବଢ଼ି ଚାଲିଛି ସାରର କଳାବଜାରୀ , କିଛି ଅସାଧୁ ବ୍ୟବସାୟୀ ନକଲି ସାର ଆଣି ଚାଷୀଙ୍କୁ ଠକୁଥିବାର ଅଭିଯୋଗ ହୋଇଛି । ଅଂଚଳରେ ଥିବା ସମବାୟ ସମିତି ମାନଙ୍କରେ ସାରର ଘୋର ଅଭାବ ପରିଲକ୍ଷିତ ହୋଇଥିବା ବେଳେ ନକଲି ସାର ଚାଷୀ ମାନଙ୍କୁ ଅସୁବିଧାରେ ପକାଉଛି ।

ଚାଷୀମାନେ ସାରଦୋକାନୀ ମାନଙ୍କ ଠାରୁ ସାରକୁ ନେଇ ଓଜନ କରିବା ପରେ ଡିଏପି ସାର ୫୦ କିଗ୍ରା ପରିବର୍ତ୍ତେ ୫୭.୫କିଗ୍ରା ହୋଇଥିଲା । ଏହି ସାରକୁ ଚାଷୀ ମାନେ ନିଜ ଧାନ ବିଲରେ ପକାଇବା ପରେ ପାଣିରେ ନ ମିଳାଇବା ସହ ଧାନ ଗଛ ମୂଳରେ ଅଠା ଭଳି ଲାଗି ରହିବା ସହ କିଛି ସ୍ଥାନରେ ଧାନ ଗଛ ମରି ଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ।

ଏଥିନେଇ କରଞ୍ଜମାଳ ଓ ମଉସୁଧା ଫଚାୟତର ଚାଷୀ ମାନେ ଫାଣ୍ଡି ଅଧିକାରୀ ଓ ଚାନ୍ଦବାଲି ବ୍ଲକ କୃଷି ସଂପ୍ରସାରଣ ଅଧିକାରୀଙ୍କ ଅବଗତ ନିମନ୍ତେ ଜଣାଇବା ସହ ନକଲି ସାର ସହ ନକଲି ଦୋକାନୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ସେମାନଙ୍କୁ ସେମାନଙ୍କର ପ୍ରାପ୍ୟ ଏବଂ ମରିଥିବା ଧାନ ଗଛର କ୍ଷତିପୂରଣ ଦେବାକୁ ଚାଷୀ ମାନେ ଦାବୀ କରିଛନ୍ତି l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୩୦,୧୧୬ ଜଣ ୧୮ ବର୍ଷରୁ କମ୍ ବୟସର...

Sat Sep 11 , 2021
ଭୁବନେଶ୍ୱର(ବାସ୍ତବବ୍ୟୁରୋ):ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୩୦ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ ୧୧୬ ଜଣ ୧୮ ବର୍ଷରୁ କମ୍ ବୟସର ଚିହ୍ନଟ ହୋଇଛନ୍ତି ।ଏହି ସଂକ୍ରାମିତଙ୍କ ମଧ୍ୟରୁ ମଧ୍ୟରୁ ୩୬୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ,ବାକି ୨୬୨ ଜଣ ହେଉଛି ସ୍ଥାନୀୟ ବାସିନ୍ଦା । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୧ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧୮ ଜଣ […]

You May Like

Pin It on Pinterest