ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୩୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୯୨କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୧୧୬ ଜଣ ୧୮ ବର୍ଷରୁ କମ୍ ବର୍ଗର । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦, ୧୫, ୭୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୧୦, ୦୦, ୫୪୮ ଜଣ ସୁସ୍ଥ ହୋଇଥିବା ବେଳେ ୭୦୨୦  ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

ଆଜି ନୂଆଁଖାଇ ପର୍ବ ଉପଲକ୍ଷେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ନୂଆଁଖାଇ ଜୁହାର। ଏହି ପବିତ୍ର ଅବସରରେ ପ୍ରତ୍ୟେକଙ୍କୁ ଅଭିନନ୍ଦନ। ନୂଆଁଖାଇରେ ଆମେ ଆମ କଠିନ-ପରିଶ୍ରମୀ କୃଷକମାନଙ୍କର ଉଲ୍ଲେଖନୀୟ ଉଦ୍ୟମ ଏବଂ ଦେଶ ଗଠନରେ ସେମାନଙ୍କର ଭୂମିକାକୁ ପ୍ରଶଂସା କରନ୍ତି। ସମସ୍ତଙ୍କ ସୁସ୍ବାସ୍ଥ୍ୟ ଏବଂ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛି ।

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଲଘୁଚାପ ସୃଷ୍ଟି ହେବା ପରେ ଏହାର ଗତି ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ରହିବ। ଏହା ଅଧିକ ଘନୀଭୂତ ହୋ‌ଇ ୪୮ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ। ଏହା ପ୍ରଭାବରେ ୧୨ ଓ ୧୩ତାରିଖରେ ରାଜ୍ୟବ୍ୟାପୀ ଭଲ ବର୍ଷା ହେବ।

ଆଜି (ଶନିବାର) ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । କୃଷି ଭିତ୍ତିକ ପର୍ବ ନୂଆଁଖାଇ ପାଳନ ପାଇଁ ପଶ୍ଚିମ ଓଡିଶାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ନୂଆଁଖାଇ ପର୍ବ ପାଇଁ ମା’ ସମଲେଇଙ୍କ ରାଶି ନକ୍ଷତ୍ରକୁ ଗଣନା କରି ଲଗ୍ନ ସ୍ଥିର କରାଯାଏ । ସେହି ଲଗ୍ନ ଅନୁସାରେ ପଶ୍ଚିମ ଓଡ଼ିଶାର ବଲାଙ୍ଗୀର , କଳାହାଣ୍ଡି , ନୂଆପଡ଼ା ଇତ୍ୟାଦି ଜିଲ୍ଲାରେ ସ୍ଥାନୀୟ ଇଷ୍ଟ ଦେବଦେବୀଙ୍କୁ ନବାନ୍ନ ଅର୍ପଣ କରାଯାଇଥାଏ । ଆଜି ଦିନ ୧୨.୩୦ରୁ ସଂଧ୍ୟା ୫.୩୦ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ ।

ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୩୩୭୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୦୮ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୩୨ ଲକ୍ଷ ୮ ହଜାର ୩୩୦ରେ ପହଞ୍ଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୪୨ ହଜାର ୩୧୭ରେ ପହଞ୍ଚିଛି। ଏବେ ଦେଶରେ ୩୯୧୫୧୬ ସକ୍ରିୟ ମାମଲା ରହିଥିବା ବେଳେ ୩୨୩୭୪୪୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଜି ସକାଳ ୦୫.୫୮ରେ ଉତ୍ତରାଖଣ୍ଡର ଜାଶିମାଠ ଠାରୁ ୩୧ କିଲୋମିଟର ଦୂରରେ ଭୂକମ୍ପ ଅନୁଭୂତ ହୋଇଛି । ସକାଳେ ଘଟିଥିବା ଭୂକମ୍ପର କମ୍ପନ ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ଥିଲେ । ଭୂକମ୍ପ ଯୋଗୁଁ କୌଣସି ସ୍ଥାନରେ କ୍ଷୟକ୍ଷତିର ଖବର ନାହିଁ ।  ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହି ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ଥିଲା ।

ଆଜି (ଶନିବାର) ଆମେରିକା ଆତଙ୍କବାଦୀ ଆକ୍ରମଣକୁ ୨୦ ବର୍ଷ ପୂରିଛି। ୨୦୦୧ ସେପ୍ଟେମ୍ବର ୧୧ରେ ଆତଙ୍କବାଦୀ ସଂଗଠନ ଅଲ୍ -କାଏଦା ଏହି ଆକ୍ରମଣ ଘଟାଇଥିଲା, ଯାହା ସଂପୂର୍ଣ୍ଣ ବିଶ୍ୱକୁ ଥରାଇ ଦେଇଥିଲା। ଏହାକୁ ଆମେରିକା ଇତିହାସରେ ଏହାକୁ ସବୁଠାରୁ ଭୟଙ୍କର ତଥା ହୃଦୟବିଦାରକ ଘଟଣା । ଆତଙ୍କବାଦୀମାନେ ଏକ ଯାତ୍ରୀବାହୀ ବିମାନକୁ ରକେଟ ଭଳି ବ୍ୟବହାର କରି ଓ୍ବାଲ୍ଡ୍ ଟ୍ରେଡ୍ ଟାଓ୍ବାର ଏବଂ ପେଣ୍ଟାଗନକୁ ଟାର୍ଗେଟ୍ କରିଥିଲେ। ଏହି ଘଟଣାରେ ୨ ହଜାର ୯ଶହ ୭୭ ଲୋକଙ୍କ ମୃତ୍ୟୁ ଘଟିଥିଲା।

ଆଟଲାଣ୍ଟିକ ମହାସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେଇ ମାଡି ଆସୁଛି । ଶୁକ୍ରବାର ଅପରାହ୍ନରେ ଏହା ଅତି ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳ ଭାଗ ଆଡେ ମୁହାଁଉଥିବା ସୂଚନା ମିଳିଛି । ଆକ୍ୟୁ ଓ୍ୱେଦରର ରିପୋର୍ଟ ଅନୁସାରେ, ଏହା ଭାରତୀୟ ସମୟ ଅନସାରେ ଶନିବାର ରାତିରେ ଆଟଲାଣ୍ଟିକ୍ କାନାଡାର ନ୍ୟୁଫାଉଣ୍ଡଲ୍ୟାଣ୍ଡ ଦ୍ୱୀପରେ ଲ୍ୟାଣ୍ଡଫଲ୍ କରିବ । ଏହାର ପ୍ରଭାବରେ ଭୀଷଣ ପବନ ଓ ବର୍ଷା ହେବ । ଏବେଠାରୁ କାନାଡର କିଛି ସ୍ଥାନରେ ପବନ ଓ ବର୍ଷା ଆରମ୍ଭ ହୋଇଗଲାଣି ।

ଏକ ସାମ୍ବାଦିକ ସମ୍ମିଳନୀରେ ମୁଷ୍ଟିଯୁଦ୍ଧରେ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ କ୍ଷଣିକରେ ପରାସ୍ତ କରି ପାରିବେ ବୋଲି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ବିଦ୍ରୂପ କରି କହିଛନ୍ତି । ଟ୍ରମ୍ପ୍‌ଙ୍କ ଏତାଦୃଶ ମନ୍ତବ୍ୟ ଶୁଣି ଉପସ୍ଥିତ ଜନସାଧାରଣ ହସି ଉଠିଲେ ସତ କିନ୍ତୁ, ତାଙ୍କ କଥାଟି ‘ଇଣ୍ଟର୍‌ନେଟ୍‌’ରେ ଆଲୋଡ଼ନ ସୃଷ୍ଟି କରିଛି।

ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତିଙ୍କ ଅମରୁଲ୍ଲା ସାଲେହଙ୍କ ବଡ଼ ଭାଇ ରୋହୁଲ୍ଲାହ ଅଜିଜିଙ୍କୁ ହତ୍ୟା କରି ତାଲିବାନୀ ନିଜ କ୍ରୁରତାର ଆଉ ଏକ ପରିଚୟ ଦେଇଛନ୍ତି । ଏପରିକି ହତ୍ୟା ପରେ ମଧ୍ୟ ମୃତଦେହ କବର ଦେବାକୁ ପରିବାରକୁ ହସ୍ତାନ୍ତର ନ କରି ଶଢ଼ିବା ପାଇଁ ଛାଡ଼ି ଦେଇଛନ୍ତି ତାଲିବାନୀ। ପଞ୍ଜଶୀର ଦଖଲ ପାଇଁ ଅମରୁଲ୍ଲା ସାଲେହ ତାଲିବାନୀଙ୍କୁ କଡ଼ା ଟକ୍କର ଦେଇଥିବା ବେଳେ ଏହାର ପ୍ରତିଶୋଧ ସେମାନେ ତାଙ୍କ ଭାଇ ରୋହୁଲ୍ଲାହଙ୍କ ମୃତଦେହ ଉପରୁ ନେଉଥିବା କୁହାଯାଉଛି। 

ତାଲିବାନୀ ସରକାର କ୍ଷମତାକୁ ଆସିବା ପରେ ମହିଳାଙ୍କ ଅଧିକାର ଓ ସ୍ୱାଧୀନତାକୁ ଦମନ କରାଯାଇଛି । ଏହା ପ୍ରତିବାଦରେ ରାସ୍ତାକୁ ଓହ୍ଲାଉଥିବା ମହିଳାଙ୍କୁ ବି ଛାଡ଼ୁ ନାହାନ୍ତି ଦୁର୍ଦ୍ଦଷ ତାଲିବାନୀ । ଏପରିକି ମହିଳାଙ୍କ ବିକ୍ଷୋଭ ବେଳର ଖବରକୁ କଭର କରୁଥିବା ସାମ୍ବାଦିକ ବି ସେମାନଙ୍କ ଟାର୍ଗେଟକୁ ଚାଲି ଆସୁଛନ୍ତି । କିଛି ଦିନ ପୂର୍ବେ ତାଲିବାନୀ ସରକାର ବିରୋଧରେ କିଛି ମହିଳା ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ୨ ଫଟୋ ସାମ୍ବାଦିକ ଏହି ଖବର ସଂଗ୍ରହ କରୁଥିଲେ। ଏପରି ସ୍ଥିତିରେ ତାଲିବାନୀମାନେ ସେମାନଙ୍କୁ ପଶୁ ପରି ପିଟିବା ସହ ୨ ସାମ୍ବାଦିକଙ୍କୁ ଥାନାକୁ ନେଇ ଲୁହା ରଡରେ ପିଟିଥିଲେ।

ଏପରିକି ଫଟୋ ଭାଇରାଲ ହେବା ପରେ ଏହାକୁ ନେଇ ମୁହଁ ଖୋଲିଛି ୟୁଏନ୍‌(ସଂଯୁକ୍ତ ରାଷ୍ଟ୍ର) । ଏକ ପ୍ରେସ ବିବୃତିରେ ତାଲିବାନୀ ସରକାରଙ୍କୁ ଅପିଲ୍‌ କରି ସଂଯୁକ୍ତ ରାଷ୍ଟ୍ର ସଂଯୁକ୍ତ ହାଇ କମିଶନର କହିଛନ୍ତି, ତାଲିବାନୀମାନେ ମହିଳା ଓ ସାମ୍ବାଦିକଙ୍କ ଉପରେ ବଳ ପ୍ରୟୋଗ ନ କରନ୍ତୁ। ଶାନ୍ତିପୂର୍ଣ୍ଣ ପ୍ରତିବାଦ ଜଣାଉଥିବା ମହିଳାଙ୍କ ଉପରେ ତାଲିବାନୀ ନିଜ ରାଗ ଶୁଝାଉଛନ୍ତି । ଏଥିସହ ଏହାକୁ କଭର କରୁଥିବା ସାମ୍ବାଦିକଙ୍କୁ ବି ମନ ଇଚ୍ଛା ଭାବେ ନିଜ ହେପାଜତକୁ ନେଇ ପିଟୁଛନ୍ତି। ତେଣୁ ଏପରି ନ କରିବାକୁ ସଂଯୁକ୍ତ ରାଷ୍ଟ୍ର ହାଇକମିଶନର ତାଲିବାନୀ ସରକାରଙ୍କୁ ଅପିଲ୍‌ କରିଛନ୍ତି।

‘ନାସା’ର ‘ପର୍ସୁଭିୟରାନ୍‌ସ୍‌ ମାର୍ସ ରୋଭର୍‌’ ଦୀର୍ଘକାଳ ଧରି ଜଳ ସଂସ୍ପର୍ଶରେ ରହିଥିବାର ସଙ୍କେତ ଥିବା ଦୁଇଟି ଶିଳା ବା ପଥର ନମୁନା ସଂଗ୍ରହ କରିଛି। ମଙ୍ଗ‌ଳ ଗ୍ରହରେ ଆଦିମ ଜୀବସତ୍ତା ଥିବା ଆଶା ଉକ୍ତ ପଥର ଖଣ୍ଡରୁ ଅନୁମାନ କରାଯାଉଛି । ଉକ୍ତ ଅଭିଯାନର ପ୍ରକଳ୍ପ ବୈଜ୍ଞାନିକ କେନ୍‌ ଫାର୍ଲି ଶୁକ୍ରବାର ଦିନ ବିବୃତି ଦେଇ କହିଛନ୍ତି, ଦୀର୍ଘ କାଳ ଧରି ବାସପୋଯୋଗୀ ପରିବେଶର ସମ୍ଭାବନା ଥିବା କଥା ସଂଗୃହୀତ ଶିଳାଖଣ୍ଡରୁ ମନେହେଉଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥତା ହେତୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି....

Sat Sep 11 , 2021
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ମାହାଙ୍ଗା ବିଧାୟକ ତଥା ନଗର ଉନ୍ନୟନ,ପଞ୍ଚାୟତିରାଜ ଓ ଆଇନମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ ଥିବାର ସୂଚନା ମିଳିଛି। ଗତକାଲି ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବରର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ତାଙ୍କର ଛାତିରେ ଦୁଇଟି ବ୍ଲକେଜ ଥିବା ଜଣାପଡ଼ିଲା। ଏହାପରେ ଅସ୍ତ୍ରୋପଚାର କରି ଦୁଇଟି ଷ୍ଟେଣ୍ଟ ଲଗାଯାଇଛି।ମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନାନୁଯାଇ ବର୍ତ୍ତମାନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସ୍ୱାସ୍ଥ୍ୟାବସ୍ଥା […]

You May Like

Pin It on Pinterest