ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୩୦,୧୧୬ ଜଣ ୧୮ ବର୍ଷରୁ କମ୍ ବୟସର…

ଭୁବନେଶ୍ୱର(ବାସ୍ତବବ୍ୟୁରୋ):ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୩୦ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ ୧୧୬ ଜଣ ୧୮ ବର୍ଷରୁ କମ୍ ବୟସର ଚିହ୍ନଟ ହୋଇଛନ୍ତି ।ଏହି ସଂକ୍ରାମିତଙ୍କ ମଧ୍ୟରୁ ମଧ୍ୟରୁ ୩୬୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ,ବାକି ୨୬୨ ଜଣ ହେଉଛି ସ୍ଥାନୀୟ ବାସିନ୍ଦା ।

ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୧ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧୮ ଜଣ ଅଛନ୍ତି। ସେହିପରି ଅନୁଗୋଳ ଜିଲ୍ଲାରୁ ୫ ଜଣ, ବାଲେଶ୍ୱରରୁ ୨୩, ବରଗଡ଼ରୁ ୪, ଭଦ୍ରକରୁ ୧୦, ବଲାଙ୍ଗିରରୁ ୩, ବୌଦ୍ଧରୁ ୧ , ଦେବଗଡ଼ରୁ ୪, ଢେଙ୍କାନାଳରୁ ୧୨, ଗଜପତିରୁ ୩, ଗଞ୍ଜାମରୁ ୩, ଜଗତସିଂହପୁରରୁ ୧୧, ଯାଜପୁରରୁ ୩୨, ଝାରସୁଗୁଡ଼ାରୁ ୧ , କଳାହାଣ୍ଡିରୁ ୧ ,କନ୍ଧମାଳରୁ ୨, କେନ୍ଦ୍ରାପଡ଼ାରୁ ୮,କେନ୍ଦୁଝରରୁ ୪, କୋରାପୁଟରୁ ୯,ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୨୦,ନବରଙ୍ଗପୁରରୁ ୨, ନୟାଗଡ଼ରୁ ୧୭, ନୂଆପଡ଼ାରୁ ଜଣେ, ପୁରୀରୁ ୧୬, ରାୟଗଡ଼ାରୁ ୭, ସମ୍ବଲପୁରରୁ ୧୩ ଓ ସୁନ୍ଦରଗଡ଼ରୁ ୨୨ ଜଣ ଅଛନ୍ତି। ସେହିଭଳି ଷ୍ଟେଟ୍‌ ପୁଲ୍‌ରୁ ୫୩ ଜଣ ଚିହ୍ନଟ ହୋଇଛନ୍ତି । ହେଲେ ଗତ ୨୪ ଘଂଟାରେ କନ୍ଧମାଳ ଜିଲ୍ଲାରୁ କେହି ସଂକ୍ରମିତ ଚିହ୍ନଟ ହୋଇ ନଥିବା ସୂଚନା ମିଳିଛି ।

୨୪ ଘଂଟାର ରିପୋର୍ଟ ଅନୁଯାଇ,ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ରହିଛି ।ଏହି ୮ ମୃତକଙ୍କ ମଧ୍ୟରୁ କଟକରୁ ୨ ଜଣ ଥିବା ବେଳେ ବାଲେଶ୍ୱର, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ମାଲକାନଗିରି ଓ ମୟୂରଭଞ୍ଜରୁ ୧ ଜଣ ଲେଖାଏଁ ଅଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Sep 11 , 2021
ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୩୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୯୨କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୧୧୬ ଜଣ ୧୮ ବର୍ଷରୁ କମ୍ ବର୍ଗର । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦, ୧୫, ୭୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୧୦, […]

You May Like

Pin It on Pinterest