ପ୍ରକୃତର ସୃଷ୍ଠି କେଡେ ବିଚିତ୍ର କେବଳ ଅନୁଭବିହିଁ ବୁଝିଥାଏ…

ବବିତା ସାମଲ(ଭଦ୍ରକ):୧୨/୦୯-ଆସିଯାଇଛି ପାର୍ବଣର ଋତୁ!ଏହି ଋତୁକୁ ସ୍ୱାଗତକରିବା ପାଁଇ ପ୍ରକୃତିରାଣୀ କାଶତଣ୍ଡି ଅବତରଣ କରିଛି ଧରାପୃଷ୍ଠରେ ।ଶରତ ଋତୁର ଆଗମନରେ ଏହି ଫୁଲ ପ୍ରଚୁରମାତ୍ରାରେ ଫୁଟିଥାଏ,ନଦୀ କୂଳରେ କାଶତଣ୍ଡି ପବନରେ ଦୋଳିଖେଳି ରାସ୍ତାରେ ଯାଉଥିବା ପଥିକକୁ ସ୍ୱାଗତ କରୁଥାଏ ।ଯେପରି ହସି ହସି ନଦୀପଠା, ବିଲହୁଡା ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରୁଥାନ୍ତି ।

ଯେପରି ମନେହୁଏ ପ୍ରକୃତିରାଣୀ କାଶତଣ୍ଡି ଫୁଲର ଗାଲିଚା ବିଛାଇ ଅନାଇରହିଛି ଦେବାଦେବୀଙ୍କ ଆଗମନକୁ ।”କଥାରେ ଅଛି ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେଦେଖୁଥିଲେ ନୂଆ ଦିଶୁଥାଇ”ସେଇଭଳି କାଶତଣ୍ଡି ଫୁଲ ଆବାଳ ବୃଦ୍ଧ ବନିତା ଠାରୁ କବି, ଲେଖକ ପର୍ଯ୍ୟନ୍ତ ସମସ୍ତଙ୍କୁ କରିଥାଏ ବିଭୋର ।ବରଷକରେ ଥରେ ଫୁଟୁଥିବା ଏହି ଫୁଲ ଉପରେ ନଜର ପଡିଲେ ସତେ ଯେମିତି ମନଭିତରୁ ବାହାରିଆସେ ଆଃ କି ସୁନ୍ଦର, ପ୍ରେମିକା,ପ୍ରେମିକା ମନରେ ଭରିଦିଏ ପ୍ରେମର ପୁଅର ।

ଯୁବ ପିଢ଼ିଙ୍କ ମଧ୍ୟ ପ୍ରଥମ ପସନ୍ଦ ହୋଇଥାଏ ଏଇ ଫୁଲ, ଫୋଟୋ ଉଠାଇବାପାଇଁ ଭିଡ ଜମିଯାଏ ଏଇ ଗଛ ପାଖରେ, ବିଶେଷକରି ଗାଁର ସୌନ୍ଦର୍ଯ୍ୟ ବେଶି ବଢ଼ାଇଥାଏ ଏହି କାଶତଣ୍ଡି

ଏଇ ଫୁଲ ଫୁଟି ଧରତ୍ରୀ ମାକୁ ଧବଳମୁଖୀ କରିଦିଏ,ଏହା ମଧ୍ୟ ଭଗବାନଙ୍କର ଏକ ନିଆରା ସୃଷ୍ଟି ବୋଲି କୁହାଯାଏ!ଚାଷୀ ବିଲକାମକରି ଥକିପଡି ଯେବେ ବସିଯାଏ ଆଉ ଏହି କାଶତଣ୍ଡି ଫୁଲକୁ ଥରେ ଅନାଇ ଦେଲେ ତାର ସମସ୍ତ ପରିଶ୍ରମକୁ ଭୁଲି ହୋଇଯାଏ ଏହି କାଶତଣ୍ଡି ପ୍ରେମରେ |ତେବେ ପରିଶେଷରେ ଗୋଟିଏ କଥା ପ୍ରକୃତିର ସୃଷ୍ଠୀ କେଡେ ବିଚିତ୍ର ତାହା କେହିବି ଅନୁଭବ କରିପାରିବ ଏହି କାଶତଣ୍ଡି ଫୁଲକୁ ଦେଖି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଇସ୍ତଫା ଦେବେ କି ବିରାଟ କୋହଲି ? ରୋହିତ ଶର୍ମାଙ୍କ ମୁଣ୍ଡରେ ଝଟକିବ କି ଅଧିନାୟକର ଶିରପା ?

Mon Sep 13 , 2021
ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)-ଭାରତୀୟ କ୍ରିକେଟରେ ହୋଇପାରେ ବଡ ପରିବର୍ତ୍ତନ।ଏମିତିବି ହୋଇପାରେ ବିରାଟ କୋହଲି ଟିମ୍ ଇଣ୍ଡିଆର ଏକମାତ୍ର ଅଧିନାୟକ ହୋଇ ନ’ ପାରନ୍ତି। ବିସିସିଆଇ ବର୍ତ୍ତମାନ ବିଭିନ୍ନ ଫର୍ମାଟ ପାଇଁ ବିଭିନ୍ନ କ୍ୟାପଟେନଙ୍କ ସିଦ୍ଧାନ୍ତ ଉପରେ କାମ କରୁଛି | ଯଦି ଏହା ଘଟେ, ତେବେ ରୋହିତ ଶର୍ମା ଏକଦିବସୀୟ ଏବଂ ଟି -୨୦ର ନୂତନ ଅଧିନାୟକ ହୋଇପାରନ୍ତି ଯେତେବେଳେ କି ବିରାଟ କୋହଲି କେବଳ ଟେଷ୍ଟ ଦଳର ପୁନଃଦାୟିତ୍। ଗ୍ରହଣ କରିବେ। […]

You May Like

Pin It on Pinterest