ପୁଣି ଆସନ୍ତା ୧୭ ତାରିଖରୁ ହୋଇପାରେ ପ୍ରବଳ ବର୍ଷା

ଭୁବନେଶ୍ୱର(ବାସ୍ତବବ୍ୟୁରୋ):ଲଘୁଚାପ ଜନିତ ଲଗାଣ ବର୍ଷାରେ ଉବୁଟୁବୁ ଓଡିଶା ।ରାଜ୍ୟରେ ଗତକାଲି ଠାରୁ ଜାରି ରହିଛି ଲଗାଣ ବର୍ଷା ।ହେଲେ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନାନୁଯାଇ,ପୁଣି ଆସନ୍ତା ୧୭ ତାରିଖରୁ ହୋଇପାରେ ବର୍ଷା।

ଶ୍ରୀ ମହାପାତ୍ର କହିଛନ୍ତି କି,ଉତ୍ତର ବଙ୍ଗୋପ ସାଗରରେ ୧୭ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଅଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୧୮ ତାରିଖ ସକାଳ ପାଖାପାଖି ଉତ୍ତର ଓଡ଼ିଶା ଉପକୂଳରେ ପହଞ୍ଚିବ। ତେଣୁ ଏହାର ପ୍ରଭାବରେ ୧୭ ତାରିଖରୁ ରାଜ୍ୟରେ ପୁଣି ବର୍ଷା ହେବ। ତେବେ ଅଧିକ ପରିମାଣରେ ବର୍ଷା ହେବାର ସମ୍ଭାବନା ନାହିଁ।

ଅନ୍ୟପକ୍ଷରେ ରାଜ୍ୟରେ ବର୍ତ୍ତମାନର ବର୍ଷା ସ୍ଥିତି ନେଇ ଶ୍ରୀ ମହାପାତ୍ର କହିଛନ୍ତି, ଗଭୀର ଅବପାତଟି ଆଜି ସକାଳେ ଚାନ୍ଦବାଲିର ଦକ୍ଷିଣକୁ ଓଡ଼ିଶା ଉପକୂଳ ଅତିକ୍ରମ କରିବା ପରେ ଚାନ୍ଦବାଲି ପାଖରୁ ପ୍ରାୟ ୩୦ କିମି ଦୂରରେ ଓ କେନ୍ଦୁଝରରୁ ପ୍ରାୟ ୧୦୦ କିମି ଦକ୍ଷିଣ-ପୂର୍ବ ଦିଗରେ ଏହା ଉପକୂଳ ଓଡ଼ିଶା ଉପରେ କେନ୍ଦ୍ରୀଭୂତ ଅଛି। ଏହାର ପ୍ରଭାବରେ ଅନେକ ସ୍ଥାନରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ରେକର୍ଡ କରାଯାଇଛି।

ଶ୍ରୀ ମହାପାତ୍ରଙ୍କ କହିବା ଅନୁଯାଇ,ବିଶେଷ କରି କଟକ,ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ତେବେ ଏହି ସବୁ ଅଞ୍ଚଳରେ ବର୍ଷା ଧୀରେ ଧୀରେ କମିବାରେ ଲାଗିଛି। ଅନ୍ୟପକ୍ଷରେ ରାଜ୍ୟର ପଶ୍ଚିମ ଓ କେନ୍ଦ୍ରାଞ୍ଚଳରେ ଥିବା ଜିଲ୍ଲା ଗୁଡ଼ିକରେ ବର୍ଷାର ପରିମାଣ ବଢ଼ିଛି।

ସେ ଆହୁରି ମଧ୍ୟ କହିଛନ୍ତିଯେ,ସମ୍ବଲପୁର,ଦେବଗଡ଼,ବୌଦ୍ଧ,ବରଗଡ଼ ଓ ଅନୁଗୋଳ ଆଦି ଜିଲ୍ଲାରେ ଆଜି ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅର୍ଥାତ୍ ଏହି ସବୁ ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ରେକର୍ଡ କରାଯାଇପାରେ। ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝର ଆଦି ଜିଲ୍ଲାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହି ଗଭୀର ଅବପାତଟି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ସକାଳ ବେଳକୁ ଉତ୍ତର ଛତିଶଗଡ଼ ଉପରେ କେନ୍ଦ୍ରୀଭୂତ ହେବ ଏବଂ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ। ଆସନ୍ତାକାଲି ଓଡ଼ିଶାରେ ବର୍ଷାର ପରିମାଣ କମିବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟ ସରକାର କାହିଁକି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ?-ସାଂସଦ ଅପରାଜିତା ଷଡଙ୍ଗୀ...

Mon Sep 13 , 2021
ଭୁବନେଶ୍ୱର(ବାସ୍ତବବ୍ୟୁରୋ):ବର୍ଷାରେ ବେହାଲ ଭୁବନେଶ୍ୱର,ଭାଙ୍ଗିଛି ୬୩ ବର୍ଷର ରେକର୍ଡ।ଏହି ବର୍ଷାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ତୁତୁ ମେ ମେ ।ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ,ଘେରିଛନ୍ତି ରାଜ୍ୟ ସରକାରଙ୍କୁ ।ରାଜ୍ୟ ସରକାର କାହିଁକି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି? ପାଣି ନିଷ୍କାସନ ପାଇଁ କାହିଁକି ବ୍ୟବସ୍ଥା ହୋଇନାହିଁ? କାହିଁକି ୧୧୦ କୋଟି ଟଙ୍କା ଠିକ୍‌ ଭାବେ ଖର୍ଚ୍ଚ ହୋଇନାହିଁ?ରାଜନୈତିକ ଅଭିସନ୍ଧି ନୁହେଁ, ଜଣେ ନାଗରିକ ହିସାବରେ ମୋର ପଚାରିବାର ଅଧିକାର ରହିଛି।ମୋ’ ପରି […]

You May Like

Pin It on Pinterest