ଆଜିର ଖାସ୍ ଖବର

୧-ଭୁବନେଶ୍ୱର ଚନ୍ଦକା ସ୍ଥିତ ଶ୍ୟାମସୁନ୍ଦରପୁରରେ ହେବ ଷ୍ଟେଟ ଫରେଷ୍ଟ ଏକାଡେମୀ, ୪୦ କୋଟି ଟଙ୍କା ମଞ୍ଜୁର କଲା ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ।

୨-ଓଡ଼ିଶା ସରକାରୀ ସେବାର କଣ୍ଡକ୍ଟ ରୁଲର ଧାରା ୭ କୁ ସରକାର କଲେ କଡା କଡି, ଏଣିକି ଗଣ ମାଧ୍ୟମରେ ଆଉ ମୁହଁ ଖୋଲିବେନି ସରକାରୀ ବାବୁ , ବିଭିନ୍ନ ସ୍ତରରେ ଅସନ୍ତୋଷ ଜାରି।

୩-କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଦିନିକିଆ କଳାହାଣ୍ଡି ଜିଲ୍ଲା ଗସ୍ତ, ପରିଦର୍ଶନ କଲେ ନିର୍ମାଣାଧୀନ କିସ୍‌ ଶାଖା।ଭବାନୀପାଟଣା ସ୍ଥିତ ବାଦଲି ଗାଁରେ ନିର୍ମାଣାଧୀନ କିସ୍‌ ରେ ହଜାରେ ଗରିବ ଆଦିବାସୀ ସଂପ୍ରଦାୟର ଛାତ୍ରଛାତ୍ରୀ ମାଗଣାରେ ଗୁଣାତ୍ମକ ଶିକ୍ଷାଲାଭ କରିବେ।

୪-ଆବେଦନ ପାଇଁ ଆଉ ଯିବାକୁ ପଡ଼ିବନି ବୋର୍ଡ଼ (BSE), Online ରେ ମିଳିବ ସବୁ Duplicate Certificate।

୫-କୁଳଭୁଷଣଯାଦବ ମାମଲାରେ ICJରେ ପାକିସ୍ତାନକୁ ଝଟକା, ଭାରତର ବିଜୟ।

୬-ଓଡ଼ିଶାରେ କାମ କରିବେ ନୋବେଲ ବିଜେତା ଅଭିଜିତ ବାନାର୍ଜୀ ଓ ଏଷ୍ଟର ଡଫଲୋ, J-PAL ଓ ଓଡ଼ିଶା ସରକାରଙ୍କ ମଧ୍ୟରେ MOU ସ୍ୱାକ୍ଷରିତ।

୭-ଆଜି ଠାରୁ ଯୁକ୍ତ ଦୁଇ ଫର୍ମ ପୂରଣ ଆରମ୍ଭ। ଚିନ୍ତାରେ ଅଭିଭାବକ ଓ ଛାତ୍ରଛାତ୍ରୀ,ବହୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ମିଳିନାହିଁ Registration Number ।

୮-‘କ୍ୟାର’ ଯାଇନି ଆରବ ସାଗରରେ ଆସୁଛି ଆଉ ଏକ ବାତ୍ୟା ‘ମହା’,। ‘ମହା’ ଯୋଗୁଁ କେରଳ, କର୍ଣ୍ଣାଟକ ଓ ଲକ୍ଷାଦ୍ୱୀପ ଉପକୂଳବର୍ତ୍ତୀ ଅଞ୍ଚଳ ହେବ ପ୍ରଭାବିତ।

୯-ଓଡ଼ିଶାର ୨୫ଜଣ ପୋଲିସ କର୍ମୀଙ୍କୁ ମିଳିବ ସ୍ପେଶାଲ ଅପେରେସନ ମେଡାଲ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୫ରେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାବୀସ୍

Fri Nov 1 , 2019
ବାସ୍ତବ ବ୍ୟୁରୋ: ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବିଜେପିର ନବ ନିର୍ବାଚିତ ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡନାବୀସ୍‌ ଆସନ୍ତା ୫ କିମ୍ବା ୬ ତାରିଖ ଦିନ ଶପଥ ଗ୍ରହଣ କରିବେ। ଏକ ବିରାଟ ଆକାରରେ ଆୟୋଜିତ ହେବାକୁ ଥିବା ଏହି ଶପଥ ଗ୍ରହଣ ଉତ୍ସବ ମୁମ୍ବାଇର ୱା‌େଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଶପଥ ଗ୍ରହଣ ପାଇଁ ଆୟୋଜିତ ହେବାକୁ ଥିବା ଉତ୍ସବକୁ ଭବ୍ୟ ଆକାରରେ ଆୟୋଜନ କରିବା ପାଇଁ […]

You May Like

Pin It on Pinterest