ଚାନ୍ଦବାଲି ବ୍ଲକ ତେନ୍ତୁଲିଡ଼ିହି ଫଚାୟତର ବିଜେଡ଼ିର ମିଶ୍ରଣ ପର୍ବ,ଶଂଖ ଧରିଲେ ୧୫ ପରିବାର….


ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୧୩/୯- ଚାନ୍ଦବାଲି ଏନ ଏସିରେ ବିଧାୟକଙ୍କ ବାସଭାବନ ପରିସରରେ ବିଜେଡ଼ି ଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଟିତ ହୋଇ ଯାଇଛି । ଏହି ମିଶ୍ରଣ ପର୍ବରେ ତେନ୍ତୁଲିଡ଼ିହ ଫଚାୟତର କଣ୍ଡିଆସାହି , ଡିହବିଲ ଓ ତେନ୍ତୁଲିଡ଼ିହ ଗାଁରେ ୧୫ ପରିବାର ବିଧାୟକ ଡ଼ ବ୍ୟମୋକେଶ ରାଏଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ଯୁବ ନେତା ତଥା ରାଜ୍ୟ ବିଜୁ ଯୁବଜନତା ଦଳର ସମ୍ପାଦକ ପ୍ରିନ୍ସ ରାକେଶ ନାୟକଙ୍କ ନେତୃତ୍ବରେ ବିଜେଡ଼ି ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ଏନେଇ ବିଧାୟକ ଶ୍ରୀ ରାଏ ସେମାନଙ୍କୁ ଦଳୀୟ ଉତରୀୟ ଦେଇ ଦଳକୁ ସ୍ବାଗତ କରିଛନ୍ତି । ଏହି ମିଶ୍ରଣ ପର୍ବରେ ତେନ୍ତୁଲିଡ଼ିହ ଫଚାୟତର ସରପଂଚ ପ୍ରତାପ ବିଶ୍ବାଳ, ବରିଷ୍ଠ ନେତା ସୁଦାମ ପତ୍ରୀ , ସୁବାସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Sep 14 , 2021
ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨୮ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୦୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୧୭୨୬୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୨୯୦ଟି ଆକ୍ଟିଭ୍‌ କେସ୍‌ ରହିଛି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ […]

You May Like

Pin It on Pinterest