
ଭୁବନେଶ୍ୱର(ବାସ୍ତବବ୍ୟୁରୋ): ୧୪/୦୯:ଭାରତୀୟ ଜନତା ପାର୍ଟି, ପିପିଲି ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି । ୨୦ ଜଣ ହେଭିୱେଟ୍ ନେତାଙ୍କୁ ନେଇ ପିପିଲି ରଣକ୍ଷେତ୍ରକୁ ଓଲ୍ହାଇବ ବିଜେପି। ବିଶେଷ କରି ଏହି ଷ୍ଟାର ପ୍ରଚାରକ ତାଲିକାରେ ରହିଛି ୩ ଜଣ କେନ୍ଦ୍ରମନ୍ତ୍ରୀଙ୍କ ନାମ ।ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଜଳ ସମ୍ପଦ ରାଷ୍ଟ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଏହି ପ୍ରଚାରକ ଲିଷ୍ଟରେ ସାମିଲ୍ ହୋଇଛନ୍ତି ।

ଏମାନଙ୍କ ସହିତ ବିଜୟପାଲ୍ ସିଂହ ତୋମାର, ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ରାଜ୍ୟ ବିଜୋପି ସଭାପତି ସମୀର ମହାନ୍ତି, ରାଷ୍ଟ୍ରିୟ ମୁଖପାତ୍ର ଜୁଏଲ୍ ଓରାମ ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ୍ ପାତ୍ର ଏବଂ କେଭି ସିଂହଦେଓଙ୍କୁ ଷ୍ଟାର ପ୍ରଚାରକ ଭାବେ ପିପିଲି ମୈଦାନରେ ଦେଖିବାକୁ ମିଳିବେ ।