
ନୂଆଦିଲ୍ଲୀ(ବାସ୍ତବବ୍ୟୁରୋ):ବରଗଡ଼ ଜିଲ୍ଲା ଲାଉମୁଣ୍ଡାର ଡଃ ଛବିଳ କୁମାର ମେହେର ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ହିନ୍ଦୀ ଦିବସ ସମାରୋହ ୨୦୨୧ରେ ରାଜଭାଷା ଗୌରବ ପୁରସ୍କାର ୨୦୧୯-୨୦ ପାଇଁ ପାଇଛନ୍ତି । ଡଃ ମେହେରଙ୍କ ଦ୍ବାରା ରଚିତ ହିନ୍ଦୀ ପୁସ୍ତକ “ଭାଷା ପ୍ରଯୁକ୍ତି ଅର ଅନୁବାଦ” ପାଇଁ ସେ ଏହି ସମ୍ମାନ ପାଇଛନ୍ତି । ଆଜି ଗୃହ ମନ୍ତ୍ରାଳୟର ଅଫିସିଆଲ୍ ଲାଙ୍ଗୁଏଜ ବିଭାଗ ଦ୍ବାରା ଆୟୋଜିତ ହୋଇଥିବା ଏହି ଉତ୍ସବରେ,ଦିଲ୍ଲୀର ବିଜ୍ଞାନ ଭବନଠାରେ ମୁଖ୍ୟ ଅତିଥି ଭାବେ ଗୃହମନ୍ତ୍ରୀ ଅମିତ୍ ଶାହା ଯୋଗ ଦେଇ ଶ୍ରୀ ମେହେରଙ୍କୁ ପୁରସ୍କୃତ କରିଛନ୍ତି।
ମଧ୍ୟପ୍ରଦେଶ ସ୍ଥିତ ଡଃ ହରିସ୍ ଗୌର ବିଶ୍ବବିଦ୍ୟାଳୟରେଡଃ ଛବିଳ ମେହେର ଦୀର୍ଘ ବର୍ଷ ହେବ ହିନ୍ଦୀ ଭାଷାରେ ଗବେଷଣା କରୁଥିଲେ । ଡଃ ମେହେର ଏହି ସମ୍ମାନଜନକ ପୁରସ୍କାର ପାଇବା ପରେ ସବୁ ଆଡୁ ପ୍ରଶଂସାର ସୁଅ ଛୁଟୁଛି ।



