ଆଜିର ଖାସ୍ ଖବର

ନନ୍ଦନକାନନରେ ଆଜି (ଗୁରୁବାର) ସକାଳେ ଖୁଆଡ ନଂ ୧୦୨ରେ ରହୁଥିବା ଗୟଳ  ଏକ ଶାବକ ଜନ୍ନ ଦେଇଛି । ମା ଛୁଆ ସୁସ୍ଥ ଅଛନ୍ତି ବୋଲି ନନ୍ଦନକାନନ  ଉପନିର୍ଦେଶକ ସଞିତ୍ କୁମାର ସୂଚନା ଦେଇଛନ୍ତି । ନବଜାତକ ଶାବକକୁ ମିଶାଇ ନନ୍ଦନକାନନର ଗୟଳ ମାନଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି ।

ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୮୦ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୧୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୧୮୨୯୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୯୬୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୦୪୧୬୪ଜଣ ସୁସ୍ଥ ହୋଇଛନ୍ତି । 

ମାତୄ ଏବଂ ଶିଶୁ ମୄତ୍ୟୁହାର କମ କରିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ପ୍ରେମଲତା ବାରିକଙ୍କୁ ମିଳିଛି ନ୍ୟାସନାଲ ଫ୍ଲୋରେନ୍ସ ନାଇଟ ଏଙ୍ଗଲ ଆୱର୍ଡ। ପ୍ରେମଲତା ଜଗତସିଂହପୁର କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ପରିଦର୍ଶିକା ଭାବେ କାର୍ଯ୍ୟ କରନ୍ତି। ବୁଧବାର ରାଷ୍ଟ୍ରପତି ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ।

 ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦରେ ଏବେ ଜଳସ୍ତର ବଢିବାର ଲାଗିଛି । ତେବେ ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରର ୨୪ଟି ଗେଟ୍‌ ଜଳ ନିଷ୍କାସନ ହେଉଥିବା ବେଳେ ଏବେ ଆଉ ୪ଟି ଗେଟ୍‌ ଖୋଲାଯାଇଛି । ମୋଟ ୨୮ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍ପାସନ ହେଉଛି ।

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ମିଆଁମାର ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହା ୧୮ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ କେନ୍ଦ୍ରୀଭୂତ ହୋଇପାରେ । ଏହି ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହେବାର ସମ୍ଭାବନା ନାହିଁ କିନ୍ତୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।ଯାହା ପ୍ରଭାବରେ ୧୮ତାରିଖ ସନ୍ଧ୍ୟାରୁ ଉତ୍ତର ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୧୯ ଓ ୨୦ ତାରିଖରେ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ ବୋଲି IMD ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

କ୍ରିସିଲ ରିସର୍ଚ୍ଚର ଏକ ରିପୋର୍ଟ ଅନୁଯାୟୀ, ଅନିୟମିତ ମୌସୁମୀ କାରଣରୁ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ପିଆଜ ଦାମ ବୃଦ୍ଧି ପାଇବ। ଚଳିତ ବର୍ଷ ମୌସୁମୀର ଅନିୟମିତ ବର୍ଷା ଯୋଗୁଁ ଖରିଫ ଫସଲ କାଟିବାକୁ ବିଳମ୍ବ ହୋଇପାରେ। ଯାହାଫଳରେ ପାର୍ବଣ ଋତୁରେ ଚାହିଦା ବଢିବା ପରେ ପିଆଜ ଦାମ ବଢିବାର ସମ୍ଭାବନା ରହିଛି।

ଉତ୍ତରାଖଣ୍ଡ ହାଇକୋର୍ଟ ଚାରଧାମ ଯାତ୍ରା ଉପରେ ଲାଗିଥିବା ପ୍ରତିବନ୍ଧକକୁ ଆଜି ହଟାଇ ଦେଇଛନ୍ତି। ଯାତ୍ରା ଆରମ୍ଭ କରିବାକୁ ନେଇ କୋର୍ଟ ରାଜ୍ୟ ସରକାରଙ୍କ ଦ୍ୱାରା ଦାଏର ଶପଥପାତ୍ର ଉପରେ ଶୁଣାଣି କରିଛନ୍ତି। ଶୁଣାଣି ପରେ ଜୁନ ୨୮ ତାରିଖରେ ଲଗାଇଥିବା ପ୍ରତିବନ୍ଧକ ହଟାଇ ଦେଇଛନ୍ତି। କୋଭିଡ ନିୟମ ପାଳନ କରି ଚାରଧାମ ଯାତ୍ରା ଆରମ୍ଭ କରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି।

ଦେଶର କ୍ଷେପଣାସ୍ତ୍ରଗୁଡ଼ିକର ନିୟନ୍ତ୍ରଣ ଓ ପରିଚାଳନା ପାଇଁ ଏକ ରକେଟ୍ ଫୋର୍ସ ଗଠନ କରିବାକୁ ବିଚାର କରାଯାଉଛି ।ଭାରତର ସବୁଠାରୁ ବଡ଼ ଶତ୍ରୁ ଚୀନ ପାଖରେ ଏକ ଅତ୍ୟାଧୁନିକ ରକେଟ୍ ଫୋର୍ସ ରହିଛି । ଚୀନର ବିଭିନ୍ନ କ୍ଷେପଣାସ୍ତ୍ରଗୁଡ଼ିକର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ବ ଏହି ରକେଟ୍ ଫୋର୍ସ ଉପରେ ନ୍ୟସ୍ତ କରାଯାଇଛି ।  ଗତ ବର୍ଷ ଲଦାଖରେ ଭାରତ ସହ ଉତ୍ତେଜନା ବୃଦ୍ଧି ପାଇବା ପରେ ଚୀନ ନିଜର ଓ୍ବେଷ୍ଟର୍ଣ୍ଣ କମାଣ୍ଡ ସହ ନିଜର ରକେଟ୍ ଫୋର୍ସକୁ ମଧ୍ୟ ମୁତୟନ କରିଥିଲା : ସିଡିଏସ୍ ଜେନେରାଲ ବିପିନ ରାଓ୍ବତ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Fri Sep 17 , 2021
ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୨୮ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୨୨କୁ ବୃଦ୍ଧି ପାଇଛି ।   ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବର୍ଗର ୯୬ ଜଣ ଅଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୧୮୯୨୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି […]

You May Like

Pin It on Pinterest