ଆଜିର ଖାସ୍ ଖବର

 ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୯୫ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୬ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୧୯୬୨୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୮୭୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୦୫୫୬୪ଜଣ ସୁସ୍ଥ ହୋଇଛନ୍ତି ।  

ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ କମିଥିବାରୁ ହୀରାକୁଦରେ ବନ୍ଦ ହେଲା ୪ ଗେଟ୍ । ୨୪ ଫାଟକ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୬୬୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୮୧ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୩୪ ଲକ୍ଷ ୧୭ ହଜାର ୩୯୦ରେ ପହଞ୍ଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୪୪ ହଜାର ୫୨୯ରେ ପହଞ୍ଚିଛି। ଏବେ ଦେଶରେ ୩୪୦୬୩୯ ସକ୍ରିୟ ମାମଲା ରହିଥିବା ବେଳେ ୩୨୬୩୨୨୨୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆସନ୍ତାକାଲିଠାରୁ ୟୁଏଇରେ ଆରମ୍ଭ ହେବ ଆଇପିଏଲ୍‌-୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ସଂସ୍କରଣ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ ।

ଆମେରିକାରେ ଫାଇଜର କୋଭିଡ ବୁଷ୍ଟର ଡୋଜକୁ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ଅନୁମୋଦନ ଦେଇଛି । ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ ସପକ୍ଷରେ ପ୍ୟାନେଲ୍ 18-0 ଭୋଟ୍ ଦେଇଛି । କୋଭିଡ -19 ସହିତ ୬୫ ବର୍ଷରୁ ଅଧିକ ରୋଗୀ ଏବଂ କୋଭିଡ-19 ର ଅଧିକ ବିପଦ ଥିବା ରୋଗୀଙ୍କ ପାଇଁ ଫାଇଜର ଟିକାକୁ ମଞ୍ଜୁରୀ ମିିଳିଛି ।

ଆଫଗାନିସ୍ତାନର ପଞ୍ଜଶୀରର ଅଧିକାଂଶ ବାସିନ୍ଦା ନିଜ ସ୍ଥାନ ଛାଡ଼ି ଅନ୍ୟ ସହରକୁ ବିଶେଷ କରି କାବୁଲକୁ ଯାଉଛନ୍ତି। ପଂଜଶୀରରେ ସ୍ଥିତି ଅତି ବିପଜ୍ଜନକ ହୋଇଛି । ଖାଦ୍ୟର ଘୋର ଅଭାବ ଦେଖାଦେଇଛି । ଫଳରେ ଏଠାରେ ଜୀବନ ବଞ୍ଚାଇବା ଏକପ୍ରକାର କଷ୍ଟକର ହୋଇପଡିଛି । ପ୍ରଦେଶର ଗ୍ରାମଗୁଡ଼ିକ ବର୍ତ୍ତମାନ ଅଧିକାଂଶ ବୃଦ୍ଧ ଓ ପଶୁମାନଙ୍କ ସହିତ ଛାଡି ଚାଲିଯାଇଛନ୍ତି । ପଂଜଶୀରରେ ଅଧିକାଂଶ ଦୋକାନ ବନ୍ଦ ରହିଛି। ଅନେକ ଅଞ୍ଚଳ ତାଲିବାନ ନିୟନ୍ତ୍ରଣକୁ ଚାଲିଯାଇଛି। ତାଲିବାନମାନେ ସମସ୍ତ ମାନବୀୟ ସହ‌ଯୋଗ ବନ୍ଦ କରିଦେଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ବିଜେପି ଦଳ ପକ୍ଷରୁ କୃଷକ ଓ ସୈନିକ ସମ୍ମାନ ଦିବସ...

Sat Sep 18 , 2021
ଦେବକାନ୍ତ ମହାନ୍ତି, (ଚାନ୍ଦବାଲି)୧୮-୯- ଚାନ୍ଦବାଲି ବ୍ଲକରେ ବିଜେପି ଦଳ ପକ୍ଷରୁ ଭାରତର ଯଶଶ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଅବସରରେ କୃଷକ ଓ ସୈନିକ ଦିବସ ପାଳିତ ହୋଇଯାଇଛି । ଏହି ସେବା ସପ୍ତାହ ଅବସରରେ ବିଜେପି କୃଷକ ମୋର୍ଚ୍ଚାର ସଭାପତି ଅଶୋକ ରାଉଳଙ୍କ ନେତୃତ୍ୱରେ ଚାନ୍ଦବାଲି ସୁରଜ ଗେଷ୍ଟ ହାଉସ ପରିସରରେ ଏକ କୃଷକ ଓ ସୈନିକ ସମ୍ମାନ ଦିବସ ପାଳନ ରରାଯାଇଥିଲା । ଏକ ଶହ […]

You May Like

Pin It on Pinterest