ମାଲକାନଗିରି-ସଡକ ଦୁର୍ଘଟଣା ରେ ଜଣେ ମତ୍ୟୁ ୪ ଜଣ ଗୁରୁତର..

ମାଲକାନଗିରି-କାଲିମେଳା ବ୍ଲକ ର ମୋଟୁ ଥାନା ଅନ୍ତର୍ଗତ ଏମ ଭି ୮୮ ଗ୍ରାମ ନିକଟରେ ଆଜି ଅପରାହ୍ନ ସମୟରେ ହୋଇଥିବା ଏକ ସଡକ ଦୁର୍ଘଟଣା ରେ ଜଣେକ ର ମତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଥିବା ଜଣାପଡିଛି। ମୃତ ବ୍ୟକ୍ତି ଜଣକର ବର୍ତ୍ତମାନ ସୁଦ୍ଧା ପରିଚୟ ମିଳିପାରିନଥିବା ବେଳେ ଆହତ ଚାରି ଜଣ ବ୍ୟକ୍ତି କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଏମ ଭି ୭୯ ମେଡିକାଲ କୁ ପଠାଯାଇଥିବା ଜଣା ପଡ଼ିଛି।

ସୂଚନା ପାଇ ମୋଟୁ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଭଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ହୋଇଥିବା ତିନି ଚକିଆ ଯାନ ଟିକୁ ଜବତ କରିଥିବା ସହ ମୃତ ବ୍ୟକ୍ତିର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯିବ ବୋଲି ମୋଟୁ ଥାନା ଅଧିକାରୀ ସାହୁ କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ତିନି ଚକିଆ ଅଟ ଟି କୋଈକୁଣ୍ଡ ଗ୍ରାମ ଠାରୁ ଓଡ଼ିଶାର ଶେଷ ସୀମାବର୍ତୀ ଅଂଚଳ ମୋଟୁ ଆଡକୁ ଯାଉଥିବା ସମୟରେ ଯାନ ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିବା ଫଳରେ ଦୁର୍ଘଟଣା ଘଟିଥିବା। ପ୍ରାଥମିକ ତଦନ୍ତ ରୁ ଜଣାପଡିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମହାନଦୀର ତଳ ମୁଣ୍ଡ ଜଗତସିଂହପୁର ତିର୍ତ୍ତୋଲ ଓ କୁଜଙ୍ଗ ଅଞ୍ଚଳରେ ବନ୍ୟାଜଳ ବୃଦ୍ଧି...

Sun Sep 19 , 2021
ଜଗତସିଂହପୁର-(ବାସ୍ତବବ୍ୟୁରୋ):ମହାନଦୀର ତଳ ମୁଣ୍ଡ ଜଗତସିଂହପୁର ତିର୍ତ୍ତୋଲ ଓ କୁଜଙ୍ଗ ଅଞ୍ଚଳରେ, ଶନିବାର ସକାଳ ଠାରୁ ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଛି । ଫଳତଃ ଆଉ ୧୦ରୁ ଉର୍ଦ୍ଧ୍ୱ ଗାଁରେ ପାଣି ପଶିଛି ।ହୀରାକୁଦରେ ଗେଟ୍ ଧୀରେ ଧୀରେ ବନ୍ଦ ହେବାରେ ଲାଗିଥିଲେ ମଧ୍ୟ,ବନ୍ୟା ପରିସ୍ଥିତି ବଢ଼ିବାରେ ଲାଗିଛି । ମୁଖ୍ୟତଃ ତରି ଜଙ୍ଗା ପଞ୍ଚାୟତ କୋଟ କଣା ଗାଁ ସମ୍ପୂର୍ଣ୍ଣ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯିବା ହେତୁ ଉକ୍ତ,ଗାଁର […]

You May Like

Pin It on Pinterest