ଘଣ୍ଟେଶ୍ୱର ଦିଗଛିଆ ମୁଖ୍ୟ ରାସ୍ତା ପଲେଇ ସାହି ନିକଟରେ ଏକ ନମ୍ବର ବିହୀନ ଅଟୋ ଜବଦ…

ଦେବକାନ୍ତ ମହାନ୍ତି ,ଚାନ୍ଦବାଲି,୧୯/୦୯/୨୦୨୧ଘଣ୍ଟେଶ୍ୱର ଫାଣ୍ଡିର ନାଇଟ ପ୍ରଟୋଲିଙ୍ଗ ଟିମ ବିଳମ୍ଭତ ରାତ୍ରୀରେ ଏକ ନମ୍ବର ବିହୀନ ଅଟୋକୁ ଦିଗଛିଆ ପଳେଇସାହି ନିକଟରେ ଜବାଦ କରିଛି l ଅଟୋରେ ଥିବା ୩ ଅଭିଯୁକ୍ତଙ୍କ ମଧ୍ୟ ପୋଲିସ ଗିରଫ କରିଛି l ଘଣ୍ଟେଶ୍ୱର ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ବାଂଶଡା ଥାନା ଏ ଏସ ଆଇ ଗଙ୍ଗାଧର ସିଙ୍ଗ ଏବଂ ଥାନା ଷ୍ଟାପ ଙ୍କ ମିଳିତ ଉଦ୍ୟମରେ ଗତକାଲି ବିଳମ୍ବିତ ରାତିରେ,ଘଣ୍ଟେଶ୍ୱରରୁ ଦିଗଛିଆ ରାସ୍ତାରେ ପଳେଇ ସହି ଛକ ଠାରୁ ଏକ ବିନା ନମ୍ବର ଅଟୋ କୁ ଅଟକାଇ ଥିଲେ l

ସେହି ନମ୍ବର ବିହିନ ଅଟୋରେ ଚିଙ୍ଗୁଡ଼ି ଫାର୍ମରେ ବ୍ୟବହୁତ ଅରିଏଟର ଓ ପମ୍ପ ଅଟୋରେ ଅଭିଯୁକ୍ତ ମାନେ ନେଇ ଚାଲାଣ କରୁଥିବା ନେଇ ପୋଲିସ ଜାଣି ଅଟୋ ସହିତ ତିନିଜଣ ଯୁବକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲେ l କରଞ୍ଜମାଳ ଫାଣ୍ଡି ଅଧନରେ ଏହି ଚୋରୀ ସାମଗ୍ରୀ ନେଇ ଚୋର ମାନେ ଏକ ନମ୍ବର ବିହୀନ ଅଟୋରେ କେନ୍ଦ୍ରାପଡ଼ା ନେଇଥିବା ସମୟରେ ପୋଲିସ ହାତରେ ଧାରା ପଡିଥିଲେ l ବାଂଶଡା ଥାନା ପକ୍ଷରୁ କରଞ୍ଜମାଳ ଫାଣ୍ଡିକୁ ଚୋରୀ କେଶ ହସ୍ତାନ୍ତର କରାଯିବା ସହ ଚୋର ମାନଙ୍କୁ ଗିରଫ କରାଯାଇଛି l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ...

Sun Sep 19 , 2021
ବବିତା ସାମଲ ଭଦ୍ରକ – ଭଦ୍ରକ ଜିଲ୍ଲା ଭଦ୍ରକ ବ୍ଲକ କଲେଇ ପଂଚାୟତର ମଙ୍ଗଳପଦା ସ୍କୁଲରେ ଆଜି ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି,ଏହି ରକ୍ତଦାନ ଶିବିରରେ ଭଦ୍ରକର ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ସଂଜୀବ ମଲ୍ଲିକ ମୋହଦୟ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ କୃତଜ୍ଞତା ଦେବାସହିତ ରକ୍ତଦାନ ଶିବିର ଆୟୋଜନ କରିଥିବା କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ […]

You May Like

Pin It on Pinterest