
ବବିତା ସାମଲ(ଭଦ୍ରକ): ଓଡିଶା ସାମ୍ୱାଦିକ ସଂଘ ଭଦ୍ରକ ତରଫରୁ ୧୦ ମ ବାର୍ଷିକ ସମ୍ମିଳନୀ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି|ଭଦ୍ରକ ଜିଲ୍ଲା ସଭାପତି ଜ୍ଞାନପାଣୀଙ୍କ ସଭାପତିତ୍ୱରେ ଆୟୋଜନ ସଭାରେ ଉଦଘାଟକ ଭାବେ ମାନ୍ୟବର ବିଧାୟକ ସଂଜୀବ ମଲ୍ଲିକ ସମ୍ମିଳନୀକୁ ଉଦଘାଟନ କରିଥିଲେ |
ଏହି ଅବସରରେ ଜିଲ୍ଲାପାଳ ତ୍ରିଲୋଚନ ମାଝୀ, ଉପଜିଲ୍ଲାପାଳ ପିତାମ୍ବର ସାମଲ,ରାଜ୍ୟସଂଗଠନର ସାଧାରଣ ସମ୍ପାଦକ ଶଶୀଭୁଷଣ ପ୍ରହରାଜ, ରାଜ୍ୟ ସଂଯୋଜକ ବିଶ୍ୱରଂଜନ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜନିଜର ମତପୋଷଣ କରିଥିଲେ |ମୁଖବକ୍ତା ଭାବରେ ବିରୋଧୀଦଳର ଉପନେତା ବିଷ୍ଣୁ ଚରଣ ସେଠି ଯୋଗଦେଇ ସଭାର ମୁଖ୍ୟ ଆକର୍ଷଣ ପାଲଟିଥିଲେ |ଅନ୍ୟତମ ଅତିଥିଭାବରେ ସାମ୍ବାଦିକ ସଂଗ୍ରାମ ଆଚାର୍ଯ୍ୟ,ଡ଼ଃ ହରିହର ନାୟକ ଙ୍କ ସହ ବହୁ ବରିଷ୍ଠ ସାମ୍ବାଦିକ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କ ସମସ୍ୟାଉପରେ ଆଲୋଚନା କରିଥିଲେ |



