ସରିଲା ବିଦ୍ୟାଭାରତୀ ପଣ୍ଡାଙ୍କର ଲାଇ ଡିଟେକ୍ସନ ଟେଷ୍ଟ,ମିଳିଵତ ସୌମ୍ୟଙ୍କ ମୃତ୍ୟୁ ରହସ୍ୟର ସୁରାକ..?

ଭୁବନେଶ୍ୱର(ବାସ୍ତବବ୍ୟୁରୋ): ଭୁବନେଶ୍ୱର ସ୍ଥିତ ଷ୍ଟେଟ୍‌ ଫୋରେନ୍ସିକ୍ ସାଇନ୍ସ ଲାବୋରେଟୋରିରେ,ଶେଷରେ ଆଜି ବିଦ୍ୟାଭାରତୀ ପଣ୍ଡାଙ୍କର ହେଲା ଲାଇ ଡିଟେକ୍ସନ। ଆପଣମାନେ ଜାଣିଥିବେ ବିଦ୍ୟାଭାରତୀ ପଣ୍ଡା ହେଉଛନ୍ତି ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀ। ଜୁଲାଇ ୧୩ ତାରିଖରେ ସୌମ୍ୟରଞ୍ଜନଙ୍କର ମୃତ୍ୟୁ ଘଟଣା ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

ଏସିଏଫ୍‌ ସୌମ୍ୟ ରଂଜନଙ୍କ ମୃତ୍ୟୁ ଘଟଣାର ଦୁଇ ମାସ ପରେବି,ତଦନ୍ତକାରୀ ସଂସ୍ଥାର ହାତ ଖାଲି।ଖୋଲୁନି ମୃତ୍ୟ ରହସ୍ୟର ତାଲା ।ତଦନ୍ତକାରୀ ସଂସ୍ଥା ଉପରୁ ଆସ୍ଥା ତୁଟାଇବାରେ ଲାଗିଛି ସୌମ୍ୟଙ୍କ ପରିବାର ଲୋକଙ୍କର ।ଏଥିପାଇଁ ଦିନକୁ ଦିନ ସୌମ୍ୟଙ୍କ ପରିବାର ଲୋକଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଉଛି ।ତେଣୁ ମୃତ ସୌମ୍ୟଙ୍କ ବାପା ଓ ଭାଇ ସିବିଆଇ ତଦନ୍ତ ଦାବି କରୁଛନ୍ତି ।

ଆଜି ବିଦ୍ୟାଭାରତୀଙ୍କୁ ୮୦ ଟିରୁ ଅଧିକ ପ୍ରଶ୍ନ ପଚରା ଯାଇଥିଲା। ଯେମିତି- ସୌମ୍ୟ କିପରି ଭାବେ ଜଳିଗଲେ?ବୈବାହିକ ଜୀବନରେ କିଛି ବିବାଦ ଥିଲା କି? ଡିଏଫ୍ଓଙ୍କୁ ସେ ଜାଣିଥିଲେ କି ନାହିଁ?ମିଳିଥିବା ରିଲେସନସିପ୍ ଏଗ୍ରିମେଣ୍ଟ ସତ ନା ମିଛ? କିଏ ଓ କେତେବେଳେ ସେହି ଏଗ୍ରିମେଣ୍ଟ କରିଥିଲା?ଘଟଣା ସଂପର୍କରେ କିଏ ପ୍ରଥମେ ଜଣାଇଥିଲା? କାହାର ନିଷ୍ପତ୍ତି କ୍ରମେ ସୌମ୍ୟଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା? ଏହିପରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଡିଟେକ୍ସନ ଟେଷ୍ଟ ବେଳେ ପଚରାଯାଇଥିବାନେଇ ,ବିଶେଷ ସୂତ୍ରରୁ ସୂଚନା ମିଳିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଗତ ୨୪ ଘଣ୍ଟାରେ ୪୬୨ କରୋନା ସଂକ୍ରମିତଙ୍କ ମଧ୍ୟରେ ୭୦ଜଣ ୧୮ ବର୍ଷରୁ କମ୍ ବୟସର....

Tue Sep 21 , 2021
ଭୁବନେଶ୍ୱର(ବାସ୍ତବବ୍ୟୁରୋ):ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୬୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ,ସେମାନଙ୍କ ମଧ୍ୟରେ ୭୦ ଜଣ ୧୮ ବର୍ଷରୁ କମ୍ ବୟସର ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୨୬୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବାବେଳେ,ବାକି ୧୯୪ଟି ହେଉଛି ସ୍ଥାନୀୟବାସିନ୍ଦା । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୧ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହ ଅନୁଗୋଳ ଜିଲ୍ଲାରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ,ବାଲେଶ୍ୱରରୁ […]

You May Like

Pin It on Pinterest