ଗତ ୨୪ ଘଣ୍ଟାରେ ୪୬୨ କରୋନା ସଂକ୍ରମିତଙ୍କ ମଧ୍ୟରେ ୭୦ଜଣ ୧୮ ବର୍ଷରୁ କମ୍ ବୟସର….

ଭୁବନେଶ୍ୱର(ବାସ୍ତବବ୍ୟୁରୋ):ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୬୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ,ସେମାନଙ୍କ ମଧ୍ୟରେ ୭୦ ଜଣ ୧୮ ବର୍ଷରୁ କମ୍ ବୟସର ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୨୬୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବାବେଳେ,ବାକି ୧୯୪ଟି ହେଉଛି ସ୍ଥାନୀୟବାସିନ୍ଦା ।

ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୧ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହ ଅନୁଗୋଳ ଜିଲ୍ଲାରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ,ବାଲେଶ୍ୱରରୁ ୧୧, ବରଗଡ଼ରୁ ୪, ଭଦ୍ରକରୁ ୧୬, ବଲାଙ୍ଗିରରୁ ୨, କଟକରୁ ୩୦, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ୨, ଗଜପତିରୁ ୨, ଗଞ୍ଜାମରୁ ୨, ଜଗତସିଂହପୁରରୁ ୩୧, ଯାଜପୁରରୁ ୨୮, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ୨, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ୧୦, କେନ୍ଦୁଝରରୁ ଜଣେ, ମୟୂରଭଞ୍ଜରୁ ୧୩, ନୟାଗଡ଼ରୁ ୫, ନୂଆପଡ଼ାରୁ ଜଣେ, ପୁରୀରୁ ୧୩, ରାୟଗଡ଼ାରୁ ୪, ସମ୍ବଲପୁରରୁ ୧୨, ସୋନପୁରରୁ ଜଣେ ଓ ସୁନ୍ଦରଗଡ଼ରୁ ୧୬ ଜଣ ଅଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୪୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସୁବର୍ଣ୍ଣପୁର-ଯୁବତୀଙ୍କୁ ନିଶାସକ୍ତ କରି ସ୍ବେଚ୍ଛାସେବୀ ଓ ଯନ୍ତ୍ରୀ ଙ୍କ ଦୁଷ୍କର୍ମ....

Tue Sep 21 , 2021
ସୁବର୍ଣପୁର (ଶାନ୍ତନୁ ପଣ୍ଡା): ସୁବର୍ଣ୍ଣପୁର ସହରର ଗୋକରନେଶ୍ୱର ପଡାରୁ ଜଣେ ଯୁବତୀଙ୍କୁ ନିଶାସକ୍ତ କରି ଅସଦାଚରଣ କରିବା (ଦୁଷ୍କର୍ମ ) ତଥା ଅନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସହରର ଗୋକରନେଶ୍ୱର ପଡା ରାସ୍ତାରୁ ନିଶାସକ୍ତ ଯୁବତୀକୁ ପୋଲିସ ଉଦ୍ଧାର କରି ପିସିଆର ଭେନରେ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ନିଶା ଫାଙ୍କିବା […]

You May Like

Pin It on Pinterest