ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୬୨ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୫ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସଂକ୍ରାମିତଙ୍କ ମଧ୍ୟରୁ ସେମାନଙ୍କ ମଧ୍ୟରୁ ୭୦ ଜଣ ୧୮ ବର୍ଷରୁ କମ୍ ବର୍ଗର । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୪୬କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୨୧୨୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୩୫୧ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୦୭୬୬୬ଜଣ ସୁସ୍ଥ ହୋଇଛନ୍ତି ।
ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ କରିଛନ୍ତି ଯେ ବର୍ତ୍ତମାନର ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ତ୍ତମାନ ପ୍ରତିଦିନ କିଛି କିଛି ଜାଗାରେ ବର୍ଷା ଜାରି ରହିବ। ୨୪ ତାରିଖବେଳକୁ ମିଆଁମାର ଉପକୂଳ ପାଖରେ ଏକ ଘୂର୍ଣ୍ଣିବଳୟସୃଷ୍ଟି ହୋଇପାରେ । ଏହା ୨୫ ତାରିଖରେ ଲଘୁଚାପରେ ପରିଣତ ହେବା ସହ ଆସନ୍ତା ୨୬ ତାରିଖବେଳକୁ ଓଡ଼ିଶାର ଭଦ୍ରକ ଉପକୂଳରେ ସ୍ଥଳଭାଗ ଛୁଇଁପାରେ । ଏହା ପ୍ରଭାବରେ ୨୫ରେ ଅଳ୍ପ ବର୍ଷା ହେବ। ହେଲେ ୨୬ରେ ଉପକୂଳ ଓଡ଼ିଶାରେ ବର୍ଷିବ । ବେଶି ବର୍ଷା ହେବ ଉତ୍ତର ଉପକୂଳ ଓଡ଼ିଶାରେ ।
ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍ ଖୋଲିଲା । ବର୍ତ୍ତମାନ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହୋଇଛି । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୯.୫୮ ଫୁଟ । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ପ୍ରବେଶ କରୁଛି ୧ଲକ୍ଷ ୮୬ହଜାର ୨୭୯ କ୍ୟୁସେକ ଜଳ । ସେହିଭଳି ପ୍ରତି ସେକେଣ୍ଡରେ ୨ଲକ୍ଷ ୧୬ହଜାର ୭୯୪ କ୍ୟୁସେକ ଜଳ ଛଡାଯାଉଛି ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬୧୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୫୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୩୫ ଲକ୍ଷ ୪ ହଜାର ୫୩୪ରେ ପହଞ୍ଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୪୫ ହଜାର ୩୮୫ରେ ପହଞ୍ଚିଛି। ଏବେ ଦେଶରେ ୩୦୯୫୭୫ ସକ୍ରିୟ ମାମଲା ରହିଥିବା ବେଳେ ୩୨୭୪୯୫୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ପଂଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଚରଣଜୀତ ସିଂହ ଚନ୍ନୀ ସମସ୍ତ ସରକାରୀ କର୍ମଚାରୀଙ୍କ ସମୟର ପରିବର୍ତ୍ତନ କରିଛନ୍ତି । ରାଜ୍ୟ ବିଭାଗରୁ ବିଭାଗୀୟ ମୁଖ୍ୟ, ବିଭାଗୀୟ କମିଶନର, ଡେପୁଟି କମିଶନର ଏବଂ ଏସଡିଏମଙ୍କୁ ପର୍ସନାଲ ବିଭାଗ ପକ୍ଷରୁ ଦିଆଯାଇଥିବା ଚିଠିରେ କୁହାଯାଇଛି ଯେ, ରାଜ୍ୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ସକାଳ ୯ ଟାରେ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ରହି ଅଫିସ୍ ପର୍ଯ୍ୟନ୍ତ ଉପସ୍ଥିତ ରହିବେ । ଏହା ସହିତ, ସମସ୍ତ ପରିଚାଳନା ସଚିବ ଏବଂ ବିଭାଗର ମୁଖ୍ୟମାନଙ୍କୁ ମଧ୍ୟ ସପ୍ତାହରେ ଅତି କମରେ ଦୁଇଥର କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ଅଧିକାରୀଙ୍କ ଉପସ୍ଥାନର ଆଶ୍ଚର୍ଯ୍ୟଜନକ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୨ କୋଟି ୯୭ ଲକ୍ଷ ୫୮ ହଜାର ୯୫୩ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୭ ଲକ୍ଷ ୧୧ ହଜାର ୬୪୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୨୦ କୋଟି ୬୪ ଲକ୍ଷ ୧୩ ହଜାର ୫୦୬ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୮୬ ଲକ୍ଷ ୩୩ ହଜାର ୮୦୧ଜଣ ଲୋକ ସକ୍ରିୟ ଅଛନ୍ତି ।
ସେପ୍ଟେମ୍ବର ୨୪ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବ । ଆମେରିକାରେ ହ୍ୱାଇଟହାଉସରେ ଏହି ବୈଠକ ବସିବ । ଏଥିପାଇଁ ମୋଦି ଆମେରିକା ଗସ୍ତ କରିବେ । ଭାରତ ଓ ଆମେରିକା ମଧ୍ୟରେ ସୃଷ୍ଟି ହୋଇଥିବା ସୁସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ଏପରି ଦ୍ୱିପାକ୍ଷିକ ବୈଠକ ଆୟୋଜନ କରାଯାଇଛି । ଏଥିରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । ମୋଦି ଓ ଉପ ରାଷ୍ଟ୍ରପତି କମଳା ହ୍ୟାରିସଙ୍କ ସାକ୍ଷାତ ସେପ୍ଟେମ୍ବର ୨୩ରେ ହେବ।
ଆମେରିକା ଓ ଭାରତରେ ମଧ୍ୟ ସଂକ୍ରମଣ ହ୍ରାସ ପାଇଥିବାରୁ ଆମେରିକା ସୋମବାର ଅନ୍ତର୍ଜାତୀୟ ଯାତ୍ରା ପାଇଁ ନୂଆ ପ୍ରଣାଳୀ ଘୋଷଣା କରିଛି । ଫଳରେ ଭାରତ ସମେତ ବିଦେଶୀ ନାଗରିକମାନେ ମଧ୍ୟ ଆମେରିକା ଗସ୍ତ କରିପାରିବେ । ଆମେରିକା କହିଛି ଯେ, ଯେଉଁମାନେ କରୋନା ଟିକାକରଣର ସଂପୂର୍ଣ୍ଣ ଡୋଜ ନେଇ ସାରିଛନ୍ତି, ସେମାନେ ନଭେମ୍ବର ମାସ ଠାରୁ ଆମେରିକା ଗସ୍ତ କରିପାରିବେ ।
ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ସଂଗଠନ ମଧ୍ୟରେ ନେତୃତ୍ୱ ସଙ୍କଟ ସୃଷ୍ଟି ହୋଇଛି। ତାଲିବାନର ଦୁଇ ଗୋଷ୍ଠୀ ମଧ୍ୟରେ କ୍ଷମତାକୁ ନେଇ ଛକାପଞ୍ଝା ଚାଲିଥିବା ବେଳେ ନୂଆ ସରକାରର ଶପଥପାଠ କାର୍ଯ୍ୟକ୍ରମ ହୋଇ ପାରୁନି। ଏସବୁ ଭିତରେ ତାଲିବାନ ଆଫଗାନକୁ ଦଖଲ କରିଥିଲେ ହେଁ ସଂଗଠନର ମୁଖ୍ୟ ହୈବତୁଲ୍ଲା ଅଖୁନ୍ଦଜାଦାଙ୍କ ପତ୍ତା ମିଳୁନାହିଁ। ସେହିପରି ଶାସନ ମୁଖ୍ୟ ମୁଲ୍ଲା ହସନ ଅଖୁନ୍ଦ ହୋଇଥିଲେ ମଧ୍ୟ ତାଙ୍କ ପାଖରେ ନିଷ୍ପତ୍ତି ନେବାର କୌଣସି କ୍ଷମତା ନାହିଁ। ତାଲିବାନୀ ସରକାରରେ ଉପ ପ୍ରଧାନମନ୍ତ୍ରୀ ହୋଇଥିବା ତାଲିବାନର ସହ ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦରଙ୍କୁ ଏବେ ପାକିସ୍ତାନ ସହାୟତାରେ ହକ୍କାନୀ ନେଟୱର୍କ ପଣବନ୍ଦୀ କରି ରଖିଥିବା କୁହାଯାଉଛି।