ବାପ ବନ୍ଧକ ରଖିଲା ୨ବର୍ଷର ପୁଅକୁ,ସୋନପୁର ବସ୍ତିବାସିନ୍ଦା ସୁରକ୍ଷା ମଞ୍ଚ ଉଦ୍ଧାରକଲେ…

ସୁବର୍ଣପୁର(ଶାନ୍ତନୁ ପଣ୍ଡା) ସୁବର୍ଣପୁର ଜିଲ୍ଲା ବିନିକା ବ୍ଲକ ବାଙ୍କୀଘିର୍ଡି ପଞ୍ଚାୟତ ସାରଙ୍ଗପାଲି ଗ୍ରାମରେ ଜଣେ ସ୍ୱାମୀ ତା ସ୍ତ୍ରୀ କୁ ମାଡ଼ମାରି ତାର ୨ବର୍ଷ ର ଶିଶୁକୁ ଲୁଚେଇ ରଖିଥିଲା |ସ୍ତ୍ରୀ ଥାନାର ଦ୍ୱାରସ୍ତ ହେବା ପରେ ତାର ଶିଶୁ କୁ ଫେରି ପାଇଛି | ସୂଚନାଯୋଗ୍ୟ ଯେ ସାରଙ୍ଗପାଲି ଗ୍ରାମର କୀର୍ତନ ସନ୍ୟାସୀ ସିନ୍ଦୁରପୁର ପଞ୍ଚାୟତ ସାଲମାଟିକ୍ରା ର ଗଣେଶ କୁଅର ଙ୍କ ଝିଅ ଲକ୍ଷ୍ମୀପ୍ରିୟା ଙ୍କୁ 3ବର୍ଷ ପୂର୍ବରୁ ବିବାହ କରିଥିଲେ | ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ସମୟରେ ମନ ମାଳିନ ରହୁଥିଲା |

ଗତ ୧୯ ତାରିଖ ସେମାନଙ୍କ ମଧ୍ୟରେ ଝଗଡା ହେବାରୁ ଝିଅ ର ଭାଇ ତାଙ୍କ ଘରକୁ ଆସିଥିଲା |ତାକୁ ମଧ୍ୟ କୀର୍ତ୍ତନ ଏବଂ ତାଙ୍କ ବାପା ମାଡ଼ ମାରିବାକୁ ଉଦ୍ୟମ କରିବାରୁ ସେ ପ୍ରାଣ ବିକଳରେ ସେଠାରୁ ପଳାଇଥିଲେ | ପରେ ଝିଅ ର ବାପା ମା ଝିଅ କୁ ଆଣିବା ପାଇଁ ସରଙ୍ଗପାଲି କୁ ଯାଇଥିଲେ | ସେଠାରେ ବହୁ ଉତ୍ତେଜନା ସ୍ବର୍ତେ ଝିଅ କୁ ଉଦ୍ଧାର କରିବାକୁ ସଫଳ ହୋଇଥିଲେ ହେଁ ଝିଅ ର ୨ ବର୍ଷ ର ଶିଶୁ ପୁତ୍ର କୁ ବାପା ଲୁଚାଇ ଦେବାରୁ ତାକୁ ଉଦ୍ଧାର କରି ପାରିନଥିଲେ | ସେଠାରୁ ଆସି ଲକ୍ଷ୍ମୀପ୍ରିୟା ମୋ ସ୍ୱାମୀ ମୋ ଶିଶୁ କୁ ମୋଠାରୁ ଅଲଗା କରି ଲୁଚାଇ ଦେଇଛି କହି ବିନିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ |ପୁଲିସ ଉକ୍ତ ଗ୍ରାମ କୁ ଯାଇ ତା ସ୍ୱାମୀ ଠାରୁ ଶିଶୁ କୁ ଆଣିବା ପାଇଁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲା |

ପରେ ଥାନା ରେ ଏକ ମାମଲା ରୁଜୁକରି ତଦନ୍ତ ଜାରିରହିଥିଲା | ଆଜି ଝିଅ ଙ୍କ ବାପ ଘରର ପରିବାର ଲୋକେ ସୋନପୁର ବସ୍ତିବାସିନ୍ଦା ସୁରକ୍ଷା ମଞ୍ଚ ର ସଦସ୍ୟା ମାନଙ୍କୁ ଏହି ଘଟଣା ସମ୍ପର୍କରେ ଖବର ଦେଇଥିଲେ | ସୁରକ୍ଷା ମଞ୍ଚ ର ସଭାପତି ଶ୍ରୀମତୀ ଜ୍ୟୋତିର୍ମୟୀ ରଥ ଏବଂ ଅନ୍ୟାନ୍ୟ ସଦସ୍ୟା ବିନିକା ଥାନାକୁ ଆସି ପୁଲିସ ଷ୍ଟାପ ସହ ଶିଶୁ କୁ ଉଦ୍ଧାର କରିବା ପାଇଁ ସାରଙ୍ଗପାଲି କୁ ଯାଇଥିଲେ |

ସେଠାରେ ପହଂଚିବାପରେ ଶିଶୁ ର ବାପା କୀର୍ତନ ଏବଂ ତାଙ୍କ ମା ଏମାନଙ୍କୁ ଦେଖି ଶିଶୁ କୁ ଲୁଚାଇବା ପାଇଁ ଚାଷଜମି ମଧ୍ୟରେ ଦୌଡ଼ି ପଳାଉଥିଲେ | ହେଳେ ସୁରକ୍ଷା ମଞ୍ଚ ର ସଦସ୍ୟା ଏବଂ ଥାନା ଏସଆଇ ପୁଷ୍ପଲତା ଲେଙ୍କା ଙ୍କ ପ୍ରାୟ ୨ଘଣ୍ଟା ଉଦ୍ୟମ ପରେ ଶିଶୁ କୁ ଉଦ୍ଧାର କରିଥିଲେ |ଶିଶୁ ବିନିକା ଥାନାକୁ ଆଣିବା ପରେ ତାର ମା କୁ ଶିଶୁ କୁ ହସ୍ତାନ୍ତର କରାଯାଇଛି | ଏବଂ କୀର୍ତ୍ତନ କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରିରହିଛି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ...

Thu Sep 23 , 2021
ମାଲକାନଗିରି(ପ୍ରଭାତ ସାହା) କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରିଗୁଡା କଲୋନୀ ରେ ଘଟିଯାଇଛି ଏକ ଅଘଟଣ । କୋରକୁଣ୍ଡା ଅଞ୍ଚଳର ସନୀଆ ମାଢୀ ପି- ନରସିଂ ମାଢୀ (ବୟସ-୩୦) ନାମକ ବ୍ୟକ୍ତି ଜଣକ ନିଜ ଶ୍ୱଶୁର ଘର ଗୁଣ୍ଡୁରିଗୁଡା ପ୍ରାୟ ୪ ମାସ ହେବ ବୁଲିବାକୁ ଆସିଥିଲେ । ଏହି ସମୟ ମଧ୍ୟରେ ସେ ଲୋକମାନଙ୍କ ଘର କାର୍ଯ୍ୟ ରେ ମୁଲ ଲାଗି ସ୍ୱଳ୍ପ ରୋଜଗାର ମଧ୍ୟ କରୁଥିଲେ, କିନ୍ତୁ […]

You May Like

Pin It on Pinterest