
ଆଶିଷ ନାୟକ(ରାଜକନିକା)କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ପଶ୍ଚିମ କନିକା ଅନ୍ତର୍ଗତ ଓଳାଭର ଅଧିନସ୍ଥ ଓଳାଭର କଲେଜ ରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ବିଶାଳ ମେଗା ରକ୍ତ ଦାନ ଶିବିର ବିଜୁ ଜନତାଦଳ ଓ ପ୍ରତାପ କେଶରୀ ଦେବ ଫ୍ୟାନ୍ କ୍ଲବ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି |
ଏଥିରେ ରାଜକନିକା ବ୍ଲକ ଅଧକ୍ଷା ସାବିତ୍ରୀ ଦାସ ପ୍ରଦୀପ ପ୍ରଯୋଳନ କରି ରକ୍ତ ଦାନ ଶିବିର କୁ ଉଦ୍ଘାଟନ କରିଥିଲେ ଏବଂ ୪୦୦ରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗୃହୀତ ହେବ ବୋଲି ପ୍ରତାପ କେଶରୀ ଦେବ ଫ୍ୟାନ୍ କ୍ଲବ ର ଯୁବ ସଭାପତି ଶ୍ରୀ ଯୁକ୍ତ ଅଏସ୍ ସାମଲ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ଓ ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ଶ୍ରୀ ଯୁକ୍ତ ବିକାଶ ଚନ୍ଦ୍ର ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ଯୁକ୍ତ କପିଳ ଚରଣ ମଲ୍ଲିକ, ଶ୍ରୀନିବାସ ପ୍ରଧାନ ପ୍ରମୁଖ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ |