
ମାଲକାନଗିରି(ପ୍ରଭାତ ସାହା) କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରିଗୁଡା କଲୋନୀ ରେ ଘଟିଯାଇଛି ଏକ ଅଘଟଣ । କୋରକୁଣ୍ଡା ଅଞ୍ଚଳର ସନୀଆ ମାଢୀ ପି- ନରସିଂ ମାଢୀ (ବୟସ-୩୦) ନାମକ ବ୍ୟକ୍ତି ଜଣକ ନିଜ ଶ୍ୱଶୁର ଘର ଗୁଣ୍ଡୁରିଗୁଡା ପ୍ରାୟ ୪ ମାସ ହେବ ବୁଲିବାକୁ ଆସିଥିଲେ । ଏହି ସମୟ ମଧ୍ୟରେ ସେ ଲୋକମାନଙ୍କ ଘର କାର୍ଯ୍ୟ ରେ ମୁଲ ଲାଗି ସ୍ୱଳ୍ପ ରୋଜଗାର ମଧ୍ୟ କରୁଥିଲେ, କିନ୍ତୁ ଗତକାଲି ନିଜ ସ୍ତ୍ରୀ କୁ କିଛି ଟଙ୍କା ଦାବି କରିଥିଲେ ଓ ସେମାନଙ୍କ ମଧ୍ୟରେ ଉଚ୍ଚ ବଚସା ମଧ୍ୟ ହୋଇଥିଲା, ଏହାର କିଛି ସମୟ ପରେ ସନୀଆ ମାଢୀ ନିଜର ମାନସିକ ଭାରସାମ୍ୟ ହରାଇ,ନିକଟସ୍ଥ ଆଦର୍ଶ ବିଦ୍ୟାଳୟ ପରିସରରେ ଥିବା ଏକ ମହୁଲ ଗଛ ଡାଳରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ ।
ନିକଟରେ ଖେଳୁଥିବା କିଛି ପିଲା ଆସି ଗାଁ ଲୋକଙ୍କୁ ଜଣାଇଥିଲେ ଏବଂ ଗାଁ ଲୋକେ ମଧ୍ୟ ତୁରନ୍ତ ଓରକେଲ ଥାନାଧିକାରୀ ଜନ୍ କୁଜୁର ଙ୍କୁ ଜଣାଇ ଥିଲେ । ରାତି ଅଧିକ ହୋଇଥିବାରୁ ସନୀଆ ର ମୃତଦେହ ଆଜି ସକାଳ ୮ ଟା ସମୟରେ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବିଷୟରେ ଆଇ.ଆଇ.ସି ଗଣମାଧ୍ୟମ କୁ ସୁଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ ବର୍ତ୍ତମାନ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ କେଶ୍ ନମ୍ବର-୨୯/୨୧ ଦାୟର କରି ଘଟଣାର ସବୁ ଦିଗରୁ ଅଧିକ ତଦନ୍ତ ଜାରି ରହିଛି । ଖଇରପୁଟ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ନରସିଂ ଙ୍କ ମୃତଶବ କୁ ବ୍ୟବଚ୍ଛେଦ କରି ଛନ୍ତି ଓ ଏହା ପରେ ଉକ୍ତ ମୃତ ଦେହ କୁ ଅନ୍ତିମ ସଂସ୍କାର ନିମନ୍ତେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି ।