୨୪ ତାରିଖରେ ବଙ୍ଗୋପସାଗରରେ ପୁଣି ଲଘୁଚାପ ୨୫ରୁ ୨୭ତାରିଖ ମଧ୍ୟରେ ପ୍ରବଳ ବର୍ଷା…

ଭୁବନେଶ୍ୱର(ବାସ୍ତବବ୍ୟୁରୋ):ଗତ କାଲି (ବୁଧବାର) ହୋଇଥିବା ଘୂର୍ଣ୍ଣିବଳୟ ମିଆଁମାର ଉପକୂଳ ଓ ତତ୍‌ସଂଲଗ୍ନ ମାର୍ଟାବାନ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି। ଏହାର ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର-ପୂର୍ବ ଓ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ।ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁଯାଇ, ଏହାର ପ୍ରଭାବରେ ୨୪ ତାରିଖ ସନ୍ଧ୍ୟା ବେଳକୁ ଉତ୍ତର-ପୂର୍ବ ଓ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି ।

ପାଣିପାଗ ବିଭାଗରୁ ମିଳିଥିବା ତଥ୍ୟକୁ ଉଲ୍ଲେଖ କରି ଗତକାଲି ସ୍ୱତନ୍ତ୍ର ରିଲିଫ୍ କମିଶନ (ଏସଆରସି)ଙ୍କ ଅଫିସ କହିଥିଲା ଯେ, ମିଆଁମାର ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ହେତୁ ,ଏହାର ପ୍ରଭାବରେ ବଙ୍ଗୋପସାଗରରେ ଓଡ଼ିଶା ଉପକୂଳରେ ୨୪ ତାରିଖ ସନ୍ଧ୍ୟା ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ତା’ର ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ, ଆସନ୍ତା ୨୫ରୁ ୨୭ତାରିଖ ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଥିବା ସୂଚନା ମିଳିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଖମ୍ବେଶ୍ୱରୀ ପାଲି ରୁ ଡୁଙ୍ଗୁରିପାଲି ରାସ୍ତା ସୋଚନିୟ...

Thu Sep 23 , 2021
ନମୋଗୁରୁ(ସୋନପୁର)ଗତ କିଛି ଦିନ ଧରି ଖମେଶ୍ୱରୀ ପାଳି ରୁ ଡୁଙ୍ଗରି ପାଳି ରାସ୍ତା ବେଶ ସଚୋନିଜ ହୋଇଛି, ରାସ୍ତା ର ଦୁଇ କୋଡ଼ ରେ ଥିବା ଡ୍ରେନ କୁ ଲୋକେ ପୋତି ଜବର ଦଖଲକରି ରଖି ଥିବା ବେଳେ ଘର ର ପାଣି ରୋଡ଼ ଉପରେ ବୋହି କେନାଲ ହେଉଛିତେବେ ଏ ହି ରୋଡ଼ ବହୁତ ଦିନ ରୁ ହେଵା କୁ ଥିବା ବେଳେ , ଏ ବେ ପର୍ଯନ୍ତ […]

You May Like

Pin It on Pinterest