
ଦୀପକ କୁମାର ସାହୁ(କଳାହାଣ୍ଡି) ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ କଳାହାଣ୍ଡି ଜିଲ୍ଲାରେ ୨୬ ଟି ଉଚ୍ଚ ବିଦ୍ୟାଳୟରେ ଆରମ୍ଭ ହେବାକୁ ଯାଉଛି ସ୍ମାର୍ଟ ସ୍କୁଲ l ଯେଉଁଥିପାଇଁ ଛାତ୍ର ଛାତ୍ରୀ , ଅଭିଭାବକ ଏବଂ ବୁଦ୍ଧିଜୀବି ମହଲରେ ଦେଖାଦେଇଛି ବେଶ ଉତ୍ସାହ l
ଶିକ୍ଷା ବ୍ୟବସ୍ଥାର ଭିତ୍ତିଭୂମିକୁ ବିକଶିତ କରି ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟକୁ ଆକର୍ଷିତ କରିବା ପାଇଁ ଓଡିଶା ସରକାର ଆରମ୍ଭ କରିଛନ୍ତି ସ୍ମାର୍ଟ ସ୍କୁଲ l ଯାହା ଶିକ୍ଷା କ୍ଷେତ୍ର ପାଇଁ ଏକ ଏଇତିହାସିକ ପଦକ୍ଷେପ l 5T ଅନ୍ତର୍ଭୁକ୍ତ ସ୍ମାର୍ଟ ସ୍କୁଲ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କୁ ଉନ୍ନତ ମାନର ଜ୍ଞାନକୌଶଳ ଦ୍ୱାରା ଯୁଗୋପଯୋଗୀ ଶିକ୍ଷାପ୍ରଦାନ ସହ ବେସରକାରୀ ବିଦ୍ୟାଳୟ ଗୁଡିକରେ ମିଳୁଥିବା ସୁବିଧାସୁଯୋଗ ଯୋଗାଇ ଦେବାପାଇଁ ରହିଛି ବ୍ୟବସ୍ଥା l ଚିରାଚରିତ ଶିକ୍ଷାଦାନ ବଦଳରେ ସ୍ମାର୍ଟ ବୋର୍ଡ ପ୍ରୋଜେକ୍ଟର ମାଧ୍ୟମରେ ଶିକ୍ଷାଦାନ ବ୍ୟବସ୍ଥା , ଇ ଲାଇବ୍ରେରୀ , ଅତ୍ୟାଧୁନିକ ବିଜ୍ଞାନlଗlର , ସୁସଜ୍ଜିତ ଶ୍ରେଣୀ କକ୍ଷ , ବିଶୁଦ୍ଧ ପାନୀୟଜଳ , ଶୌଚାଳୟ , ଖେଳ ପଡିଆ ବ୍ୟବସ୍ଥା l
କଳାହାଣ୍ଡି ଜିଲ୍ଲାର ସ୍ମାର୍ଟ ସ୍କୁଲ ଗୁଡିକର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବାବେଳେ ସ୍ଥାନୀୟ , ବିଡ଼ିଓ, ଯନ୍ତ୍ରୀ ଶିକ୍ଷକ , ଏବଂ ବିଦ୍ୟାଳୟ ପରିଚାଳନା ଉନ୍ନୟନ ସମିତିର କର୍ମକର୍ତ୍ତାମାନେ କାର୍ଯ୍ୟ ତଦାରଖ କରୁଛନ୍ତି l ବିଭିନ୍ନ ସମୟରେ ଜିଲ୍ଲାପାଳ ଡା. ଗଭlଲି ପରlଗ ହର୍ଷଦ ଓ ଉପଜିଲ୍ଲାପାଳ ମlନେ ମଧ୍ୟ ଗସ୍ତକରି ସମୀକ୍ଷା କରୁଛନ୍ତି l
ରାଜ୍ୟ ସରକାରଙ୍କ ସ୍ମାର୍ଟ ସ୍କୁଲ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଥିବାବେଳେ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅଭିଭାବକ ଓ ବୁଦ୍ଧିଜୀବୀ ମାନେ ବେଶ ଆଶାବାଦୀ ଅଛନ୍ତି l