
ଦେବକାନ୍ତ ମହାନ୍ତି (ଚାନ୍ଦବାଲି) ଚାନ୍ଦବାଲି ଏନ ଏ ସି ରେ ଅଗଷ୍ଟ ୭ ରେ ନୋଟିସ ନଂ (୧୫୬୧)ରେ ୫ଟି କାର୍ଯ୍ୟାଦେଶ ପାଇଁ ମୋଟ ୩ କୋଟି ୯୩ ଟଙ୍କାର କାର୍ଯ୍ୟାଦେଶ ପ୍ରକାଶ ପାଇଥିଲା । ବିଡ଼ର ମାନେ ନିର୍ଦ୍ଧାରିତ ସମୟରେ ଆବେଦେନ କରିଥିଲେ । ଆବେଦେନ କରିଥିବା ସମସ୍ତ ବିଡ଼ର ମାନଙ୍କୁ ଭୁଲ କାଗଜ ପତ୍ର ଦର୍ଶାଇ ନାକଜ କରାଯିବା ସହ ଜଣେ ଭୁବେନେଶ୍ୱର ଅଂଚଳର ଠିକାଦାରଙ୍କୁ ଯାହାର ସମସ୍ତ କାକଜପତ୍ର ଭୁଲ ଥାଇ ତାଙ୍କୁ ଶାଷକ ଦଳ ଚାପରେ କାର୍ଯ୍ୟାଦେଶ ପ୍ରଦାନ କରାଯିବା ପାଇଁ ମନୋୟନ କରାଯାଇଛି , ଯାହର ଦସ୍ତାବିତ ଆମ ହାତକୁ ଆସିଛି ।
ଏହି ଟେଣ୍ଡର ପେପରରେ ଭୁବେନେଶ୍ୱର ବିଡ଼ରରେ ସିଲାଦିତ୍ୟ ବେହେରାଙ୍କ ନାମରେ ବ୍ୟାଙ୍କ ଡ୍ରାଫ ନ ଥିବାବେଳେ ଅନ୍ୟ ଜଣେ ତାଙ୍କ ନମାରେ ସ୍ଵାକ୍ଷର ମଧ୍ୟ କରିଛନ୍ତି , ଏଥିସହ ଟେଣ୍ଡର ପେପର ପାଇଁ ସତ୍ୟପାଠ ରିପୋର୍ଟ ମଧ୍ୟ ଅନ୍ୟ ଜଣେ ବ୍ୟକ୍ତି ସ୍ଵାକ୍ଷର କରିଛନ୍ତି , ଏସବୁ ତଥ୍ୟ ଲେଖାଜୁଖା ପ୍ରମାଣ ମିଳିବା ପରେ ଏନ ଏ ଏସି ଅଧିକାରୀ କେଉଁ ଆଧାରରେ ତାଙ୍କୁ କାର୍ଯ୍ୟାଦେଶ ଦେବାକୁ ମନୋନିତ କରିଛନ୍ତି ତାହା ଏବେ ସମସ୍ତଙ୍କୁ ଚକିତ କରିଛି । ଏଥିରେ ପ୍ରଷ୍ଟ ବାରି ହୋଇ ପଡୁଛି ଟେଣ୍ଡର ଫିକ୍ସିଙ୍ଗ ସହ ମୋଟା ଅଙ୍କର ଅର୍ଥ କାରବାର କରାଯାଇଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଚାନ୍ଦବାଲି ବାସୀ ଦାବୀ କରିଛନ୍ତି ।



