
ଦେବାଶିଷ ମିଶ୍ର (କଟକ) ଆଜି କଟକ ତଥା ଓଡିଶା ର ଗର୍ବ ଭାରତର ବିଶିଷ୍ଟ ବିଶ୍ବବିଦ୍ୟାଳୟ ରେଭେନ୍ସା ବିଶ୍ବବିଦ୍ୟାଳୟର ଛାତ୍ରାବାସ କର୍ମଚାରୀ ସଂଘ ତରଫରୁ ରେଭେନ୍ସା ବିଶ୍ବବିଦ୍ୟାଳୟ ହଷ୍ଟେଲ ଆଉଟ୍ ସୋରସିଂ ସମ୍ପର୍କରେ ବିଶ୍ବବିଦ୍ୟାଳୟ ପରିସରରେ ସଭାପତି ଶ୍ରୀ ପ୍ରକାଶ ଦାଶଙ୍କ ଆହ୍ବାନ ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ହଷ୍ଟେଲ କର୍ମଚାରୀମାନଙ୍କ ନିଯୁକ୍ତିକୁ ଘରୋଇ କମ୍ପାନୀକୁ ଦେବା ମସୁଧା କୁ ବାତିଲ୍ କରି ବର୍ତ୍ତମାନ କାର୍ଯ୍ଯରତ ୧୩୦ ଜଣ ହଷ୍ଟେଲ କର୍ମଚାରୀମାନଙ୍କ ସରକାରୀ କର୍ମଚାରୀମାନଙ୍କ ଦରମା ହାରରେ ଭରଣା କରିବାକୁ ଏକ ଦାବୀ ପତ୍ରର ମାନନୀୟ କୁଳପତି ମହୋଦୟଙ୍କୁ ପ୍ରଦାନ କରିଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ।
ଏହି ଆନ୍ଦୋଳନରେ ସଂଘର ଉପ-ସଭାପତି ଶ୍ରୀ ରାଜେଶ ରଣା, ସଂଯୋଜକ ଶ୍ରୀ ବିଭୁତି ସ୍ବାଇଁ ଓ ସଂପାଦକ ଶ୍ରୀ ବାରିକ୍ ପ୍ରମୁଖ ଭାଷଣ ମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଯଦି ଏହାର ସମାଧାନ ନ ହୁଏ ତାହାହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ଭୟଙ୍କର ରୂପ ନେବ ଏବଂ ସେଥୂଲାଗି ବିଶ୍ବବିଦ୍ୟାଳୟ କୂଳପତି ଦାୟୀ ରହିବେ ବୋଲି ଚେତାବନୀ ଦେଇଥିଲେ।



