ବିଜେପି ଦଳ ପକ୍ଷରୁ ମତୋ ବିଜେପି କାର୍ଯାଳୟ ଠାରେ ପଣ୍ଡିତ ଦିନଦୟାଲ ଉପାଧେୟାଙ୍କ ଜନ୍ମ ଦିବସ ପାଳିତ…

ଦେବକାନ୍ତ ମହାନ୍ତି,(ଚାନ୍ଦବାଲି) ଆଜିହେଉଛି ପଣ୍ଡିତ ଦିନଦୟାଲ ଙ୍କ ଜନ୍ମ ଦିବସ। ଏହି ପଣ୍ଡିତ ଙ୍କ ଜନ୍ମ ଦିବସ ଅବସରରେ ମତୋ ବିଜେପି ଦଳ ପକ୍ଷରୁ ମତୋ ବିଜେପି କାର୍ଯାଳୟ ଠାରେ ପଣ୍ଡିତ ଦିନଦୟାଲ ଙ୍କ ଜନ୍ମ ଦିନ ପାଳନ କରାଯାଇଛି।

ଏହି ଅବସରରେ ବିଜେପିର ବରିଷ୍ଠ ନେତା କାହ୍ନୁ ଚରଣ ବେହେରା, ଜିଲ୍ଲା କୃଷକ ମୋର୍ଚ୍ଚା ର ଆବାହକ ଅଶୋକ ରାଉଳ,ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର,ରତିକାନ୍ତ ନାୟକ, ମନୋଜ ଭଳ, ଦୈତାରୀ ଦାସ, ଙ୍କ ସମେତ ବହୁ ଛାମୁଆ କର୍ମି ମାନେ ଉପସ୍ଥିତ ରହି ପଣ୍ଡିତ ଙ୍କ ଜୀବନୀ ଉପରେ ନିଜ ନିଜର ମତବ୍ୟକ୍ତ କରିଥିଲେ।ପଣ୍ଡିତ ଦିନଦୟାଲ ସବୁସମୟରେ ଗୋଟିଏ କଥାକହି ଆସନ୍ତି ଜେ ଦୃଢ ମନୋବଳ ଓ ଦୃଢ ଇଚ୍ଛା ସକ୍ତି ଆଗରେ ଅସମ୍ଭବ ସମ୍ଭବ ହୋଇ ପାରେ।ପଣ୍ଡିତ ଦିନଦୟାଲ ଉପାଦେୟ ସାତ ବର୍ଷ ବୟସରୁ ସେ ମିତା ମତାଙ୍କୁ ହରାଇ ନିଜ ମାଇଁଙ୍କ ନିକଟରେ ସ୍ନେହ ମମତା ର ପାତ୍ର ପାଲଟି ଥିଲେ। ସେ ନିଜ ର ସମସ୍ତ କାର୍ଯ୍ୟ ନିଜେହିଁ ତୁଲାଉଥିଲେ ବୋଲି ବିଜେପି କର୍ମୀ ମାନେ ମତପ୍ରକାଶ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଚାନ୍ଦବାଲି ସାମ୍ବାଦିକ ସଂଘ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା...

Sun Sep 26 , 2021
ଦେବକାନ୍ତ ମହାନ୍ତି (ଚାନ୍ଦବାଲି): ଚାନ୍ଦବାଲିରେ ସାମ୍ବାଦିକ ସଂଘ ଓ ଚାନ୍ଦବାଲି ବାସୀଙ୍କ ପକ୍ଷରୁ ଯୁବ ସମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ଶୋକର ବାର୍ତ୍ତା ନେଇ ଆଜି ଚାନ୍ଦବାଲି ସହରରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି । ଶ୍ରୀ ଦାସ ଓଡ଼ିଶାରେ ଜଣେ ନିର୍ଭିକ ସାମ୍ବାଦିକ ଭାବେ ବେଶ ଜଣାସୁଣା ଥିଲେ , ବାତ୍ୟା ହେଉ କିମ୍ବା ବନ୍ୟା ସବୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେ ନିର୍ଭିକ ଖବର ପ୍ରସାରଣ କରି ଓଡ଼ିଶାର […]

You May Like

Pin It on Pinterest