ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଚାନ୍ଦବାଲି ସାମ୍ବାଦିକ ସଂଘ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା…

ଦେବକାନ୍ତ ମହାନ୍ତି (ଚାନ୍ଦବାଲି): ଚାନ୍ଦବାଲିରେ ସାମ୍ବାଦିକ ସଂଘ ଓ ଚାନ୍ଦବାଲି ବାସୀଙ୍କ ପକ୍ଷରୁ ଯୁବ ସମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ଶୋକର ବାର୍ତ୍ତା ନେଇ ଆଜି ଚାନ୍ଦବାଲି ସହରରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି ।

ଶ୍ରୀ ଦାସ ଓଡ଼ିଶାରେ ଜଣେ ନିର୍ଭିକ ସାମ୍ବାଦିକ ଭାବେ ବେଶ ଜଣାସୁଣା ଥିଲେ , ବାତ୍ୟା ହେଉ କିମ୍ବା ବନ୍ୟା ସବୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେ ନିର୍ଭିକ ଖବର ପ୍ରସାରଣ କରି ଓଡ଼ିଶାର ସମସ୍ତ ଲୋକଙ୍କ ଦୃଦୟକୁ ଛୁଇଁ ପାରିଥିଲେ । ତାଙ୍କର ମୃତ୍ୟୁକୁ ନେଇ ଓଡ଼ିଶାରେ କୋଣ ଅନୁକୋଣରୁ ଶୋକର ବାର୍ତ୍ତା
ଆସିବା ସହ ଓଡ଼ିଶା ଏକ ଗଣମାଧ୍ୟମର ବିରଳ ବ୍ୟକ୍ତିତ୍ଵକୁ ହରାଇଥିବାରୁ ତାଙ୍କର ଆତ୍ମାର ଶଦ୍ରଗତି ପାଇଁ ଆଜି ଚାନ୍ଦବାଲିରେ ସମସ୍ତ ସାମ୍ବାଦିକ ଓ ଚାନ୍ଦବାଲି ବାସୀ ତାଙ୍କ ଉଦ୍ଦେଶ୍ୟରେ ଚାନ୍ଦବାଲି ମା କାଳୀ ମନ୍ଦୀର ପରିସରରୁ ଏକ କ୍ୟାଣ୍ଡେଲ ଶେଭାଯାତ୍ରା କରି ଚାନ୍ଦବାଲି ସହର ପରିକ୍ରମା କରିବା ପରେ ମଧୁବାବୁଙ୍କ ପ୍ରତିମୃତି ନିକଟରେ ତାଙ୍କ ଉଦେଶ୍ୟରେ ନିରବ ପ୍ରର୍ଥନା କରାଯାଇଥିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଧାନସଭା ଗୃହ କମିଟିର ସୁବର୍ଣ୍ଣପୁର ଜିଲ୍ଲା ବିଦ୍ୟୁତ ବିଭାଗ କାର୍ଯର ସମିକ୍ଷା

Sun Sep 26 , 2021
ବିନିକା(ଶାନ୍ତନୁ ପଣ୍ଡା) ଶନିବାର ଅପରାହ୍ନ ପ୍ରାୟ ୩ଘଣ୍ଟା ସମୟରେ ଓଡିଶା ବିଧାନସଭା ଗୃହ କମିଟି (ବିଦ୍ୟୁତ ବିଭାଗ ) ଅଧ୍ୟକ୍ଷ ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଙ୍କ ନେତୃତ୍ୱରେ କମିଟି ସଦସ୍ୟ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି,ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ ପ୍ରମୁଖ ବିନିକା ବ୍ଲକ ଗସ୍ତରେ ଆସି ବ୍ଲକ କାର୍ଯ୍ୟାଳୟ ଠାରେ ବିଦ୍ୟୁତ ବିଭାଗ ପକ୍ଷରୁ କରାଯାଉ ଥିବା କାର୍ଯ୍ୟର ଅଗ୍ରଗତି ଓ ସମସ୍ୟା ସମ୍ପର୍କରେ ଅବଗତ […]

You May Like

Pin It on Pinterest