
ବିନିକା(ଶାନ୍ତନୁ ପଣ୍ଡା) ଶନିବାର ଅପରାହ୍ନ ପ୍ରାୟ ୩ଘଣ୍ଟା ସମୟରେ ଓଡିଶା ବିଧାନସଭା ଗୃହ କମିଟି (ବିଦ୍ୟୁତ ବିଭାଗ ) ଅଧ୍ୟକ୍ଷ ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଙ୍କ ନେତୃତ୍ୱରେ କମିଟି ସଦସ୍ୟ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି,ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ ପ୍ରମୁଖ ବିନିକା ବ୍ଲକ ଗସ୍ତରେ ଆସି ବ୍ଲକ କାର୍ଯ୍ୟାଳୟ ଠାରେ ବିଦ୍ୟୁତ ବିଭାଗ ପକ୍ଷରୁ କରାଯାଉ ଥିବା କାର୍ଯ୍ୟର ଅଗ୍ରଗତି ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇ ତାର ତ୍ୱରିତ ସମାଧାନ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ l
ଏହା ବ୍ୟତିତ ସାଧାରଣ ଲୋକଙ୍କ ତରଫରୁ ଅଭିଯୋଗ ହେଉଥିବା ବିଦ୍ୟୁତ ସମସ୍ୟାର ସମାଧାନ ଦିଗରେ ବିଭାଗୀୟ କର୍ତୁପକ୍ଷ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ l ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୨୪ଘଣ୍ଟା ଭିତରେ ଟ୍ରାଂଶ ଫାର୍ମର ସଜାଡ଼ିବା,ଲୋ ଭୋଲେତେଜ୍ ସମସ୍ୟାର ସମାଧାନ, ଲାଇନମେନ ପଦ୍ ପୂରଣ,ସ୍ଥାନୀୟ ନିଯୁକ୍ତି,ପାୱାର କଟ କୁ ବନ୍ଦ କରାଯାଉ, ଟାଟା ପାୱାର ଦାୟିତ୍ଵ ନେବା ପରେ ବିଦ୍ୟୁତ ସମସ୍ୟା କମିବା ପରିବର୍ତେ ଆହୁରି ଅଧିକ ମାତ୍ରାରେ ବଢୁ ଥିବାରୁ ଶ୍ରୀ ମିଶ୍ର ଘୋର ଉଦବେଗ ପ୍ରକାଶ କରିବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ବିଦ୍ୟୁତ ବିଭାଗୀୟ ଅଧିକାରୀ ଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ l

ଅନୁଷ୍ଠିତ ସଭାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନୀଲ ନରୱେନେ,ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ,ଉପ ଜିଲ୍ଲାପାଳ ନିହାର ରଞ୍ଜନ କୁଁ ଆର ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ ଜିଲ୍ଲା ବାସୀଙ୍କ ସାମୁହିକ ଦାବିନେଇ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏକ ଦାବିପତ୍ର କମିଟି ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା l