
ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୨୭\୯-ବାତ୍ୟା ଗୁଲାବ ପ୍ରଭାବରେ ଉପରମୁଣ୍ଡରେ ବର୍ଷା ଓ ଧାମରା ମୁହାଣ ନିକଟରେ ସମୁଦ୍ର ଅଶାନ୍ତ ରହିବା ଫଳରେ ଚାନ୍ଦବାଲି ବ୍ଲକର ବୈତରଣୀ ନଦୀ ସମେତ ସମସ୍ତ ନଦୀ ଉଛୁଳା ରହିଛି। ଫଳରେ ନଦୀରେ ସନ୍ତରଣ କରୁଥିବା ହିଂସ୍ର କୁମ୍ଭୀର ନଦୀପଠା ସମେତ ଅନେକ ଗାଁ ନିକଟରେ ଶୋଇ ରହୁଛନ୍ତି।
ଆଜି ସକାଳୁ ଆରଡି ନିକଟସ୍ଥ ଦୋହରା ଗାଁ ନିକଟସ୍ଥ ବୈତରଣୀ ନଦୀପଠାରେ କେତେକ ଘୁଷୁରୀ ଚରୁଥିବା ବେଳେ ଗୋଟେ ଘୁଷୁରୀକୁ ହିଂସ୍ର କୁମ୍ଭୀର ଝାମ୍ଫି ନେଇଥିଲା। ଅନ୍ଯପଟେ ପାଖରେ ଥିବା ଅନ୍ଯ ଘୁଷୁରୀ ଦୌଉଡି ପଳାଇ ଆସିଥିବା ବେଳେ ଏବେ ଗ୍ରାମବାସୀ ଭୟରେ ଜୀବନ କାଟୁଛନ୍ତି।
ଏଥି ପୂର୍ବରୁ ହିଂସ୍ର କୁମ୍ଭୀର ନଦୀକୂଳରୁ ଶୌଚ ହେଉଥିବା ଲୋକଙ୍କୁ ନେଇଥିବା ବେଳେ ଆଜି ଏକ ଘୁଷୁରୀକୁ ଝାମ୍ଫି ନେଇଛି। ସ୍ଥାନୀୟ ଲୋକଙ୍କର ଚାଷଜମି ନଈ ଆରପାରି ଅର୍ଥାତ ଯାଜପୁର ଜିଲା ଅଞ୍ଚଳରେ ଥିବାରୁ ପ୍ରତିଦିନ ନଦୀପାର ହୋଇ ଚାଷୀ ଓ ଅନ୍ଯମାନେ ଦେଶୀ ଡଙ୍ଗାରେ ଯାଆ ଆସ କରିଥାନ୍ତି।